କୋରୁକୋଣ୍ଡା ପୁଲିସ ପକ୍ଷରୁ କର୍କଟପାଲ୍ଲୀ ଓ ପରଜାଗୁଡାରେ ବେଆଇନ ଗଞ୍ଜେଇ ଗଛ ପୋଡ଼ିଲେ।

ମାଲକାନଗିରି(କ୍ରୋନିକ ଓଡ଼ିଶା)କୋରୁକୋଣ୍ଡା ସଦର ପୁଲିସ ଦ୍ୱାରା ବେଆଇନ ଭାବେ ଚାଷ ହେଉଥିବା ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଇଛି।ମାଲକାନଗିରି ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ କାଲିମେଳା ତହସିଲଦାର ରାମ କୃଷ୍ଣ ସତ୍ୟରାଜ ଗୁରୁ ଉପସ୍ଥିତରେ କୋରୁକୋଣ୍ଡା ସଦର ଥାନା ପକ୍ଷରୁ ଆଜି କୋରୁକୋଣ୍ଡା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକଙ୍କ ନେତୃତ୍ୱରେ ଏଏସଆଇ ପ୍ରଶାନ୍ତ କୁମାର ଖିଲ, ଏଏସଆଇ ନରେନ୍ଦ୍ର ଭତ୍ରାଙ୍କ ସମେତ ବହୁ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ କାଲିମେଳା ବ୍ଲକ ଅନ୍ତର୍ଗତ ଚିନ୍ତଲୱାଡା ପଞ୍ଚାୟତ ଅଧିନସ୍ଥ କର୍କଟପାଲ୍ଲୀ ଓ ପରାଜାଗୁଡା ଗ୍ରାମ ନିକଟସ୍ଥ ପାହାଡ଼ରେ ଚଢ଼ାଉ କରାଯବା ସହ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ପ୍ରାୟ ୫ ଏକରରୁ ଅଧିକ ଜମିରେ ଚାଷ ହୋଇଥିବା ପ୍ରାୟ ୬ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟିବା ପରେ ପୋଡି ସମ୍ପୂର୍ଣ ଭାବେ ନଷ୍ଟ କରି ଦିଆଯାଇଛି। ତେବେ କଟାଯାଇଥିବା ଗଞ୍ଜେଇ ଗଛର ମୂଲ୍ୟ ପ୍ରାୟ ୬୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ମାଲକାନଗିରି ଜିଲ୍ଲାରୁ ବିଭିନ୍ନ ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଛି।ଏହାକୁ ରୋକିବା ପାଇଁ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଆବଶ୍ୟକ ରହିଛି ଏବଂ ଆଗାମୀ ଏହି ଅଭିଯାନ ଜାରି ରହିବ ବୋଲି କୋରୁକୋଣ୍ଡା ଥାନାଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page