ରାଷ୍ଟ୍ରୀୟ ଲୋକ ଅଦାଲତ ଦ୍ବାରା ବିନା ମୂଲ୍ୟରେ ଆଇନ୍ ସେବା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନିସେବା ଯୋଗାଇଦେବା ଲକ୍ଷ୍ୟରେ ରାଷ୍ଟ୍ରୀୟ ଲୋକ ଅଦାଲତ ହେବାକୁ ଯାଉଛି। ଚଳିତ ମାସ ୧୪ ତାରିଖରେ ହେବାକୁଥିବା ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ମାଲକାନଗିରି ଜିଲ୍ଲା କୋର୍ଟ ସମେତ ନିକଟବର୍ତ୍ତୀ ଏମ ଭି ୭୯, ମାଥିଲି, କୁଡୁମୁଲୁଗୁମା କୋର୍ଟ ପରିସରରେ ଅନୁଷ୍ଠିତ ହେବ। ଏଥରେ ମୋକଦ୍ଦମା ସ୍ତରୀୟ ସାଲିସ ଯୋଗ୍ୟ ଫୌଜଦାରୀ ମାମଲା ଚେକ୍ ବାଉଁସ ସମ୍ବନ୍ଧୀୟ ମାମଲା , ଟଙ୍କା ପୁନୂର୍ଦ୍ଧାର ମାମଲା , ମୋଟର ଯାନ ଦୁର୍ଘଟଣା ଜନିତ , ଶ୍ରମ ବିବାଦ ଜନିତ ମାମଲା,ବିଦ୍ୟୁତ୍,ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, (ସାଲିସ ବିହୀନ ବିବାଦକୁ ବାଦ୍ ଦେଇ) ବୈବାହିକ ବିବାଦ ( ବିବାହ ବିଚ୍ଛେଦ ବ୍ୟତୀତ), ଉଚ୍ଚ ନ୍ୟାୟାଳୟ ଓ ଦେୱାନି ଅଦାଲତରେ ଥିବା ଜମି ଅଧିଗ୍ରହଣ ମାମଲା, ଚାକିରି ସଂପର୍କିତ ଅବସର ପ୍ରାପ୍ୟ ସହିତ ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ରାଜସ୍ବ ମାମଲା, ଅନ୍ୟାନ୍ୟ ଦେଵନି ମାମଲା, (ଭଡ଼ା, ସହଜ ଅଧିକାର ନିର୍ଦ୍ଧିଷ୍ଟ କାର୍ଯ ଦକ୍ଷତା ସୁଟ୍,ନିର୍ଦ୍ଦେଶକ ସୁଟ) ଖାଉଟି ବିବାଦ ଓ ଅନ୍ୟାନ୍ୟ ଫୌଜଦାରୀ ମାମଲାର ଫାଇସଲା ହେବ । ପ୍ରାକ୍ ମକଦ୍ଦମା ସ୍ତରୀୟ (କୋର୍ଟରେ ଦାୟର ହୋଇନଥିବା ମାମଲା) ସ୍ଥାୟୀ ଲୋକ ଅଦାଲତର ଅନ୍ୟାନ୍ୟ , ଦେଵାନୀ (ସାଲିସ ବିହୀନ ବିବାଦକୁ ଛାଡି) ରକ୍ଷଣ। ବେକ୍ଷଣ ମାମଲା ଓ ଅନ୍ୟାନ୍ୟ ମୋକଦ୍ଦମାର ଫୈସଲା ହେବ। ପୂର୍ଭାନ ୧୦ ଘଟିକାରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଆରମ୍ଭ ହେବ। ଜିଲ୍ଲା ଦୌରା ଜଜ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନିସେବା ପ୍ରଧିକରଣର ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ସୁଶ୍ରୀ ସଂଗୀତା ପାତ୍ର ସୂଚନା ଦେଇଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page