ପାଞ୍ଚ ନକଲି ମାଓବାଦୀ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ନିଜକୁ ମାଓବାଦୀ କହି ବଟି ଆଦାୟ ନିମନ୍ତେ ଧମକ ଦେଉଥିଲେ ପାଞ୍ଚ ନକଲି ମାଓବାଦୀ।ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଂଚୟତ ର ନାଏବ ସରପଞ୍ଚ ଭକତ ରାମ ଶିଶା ଚିତ୍ରକୋଣ୍ଡା ଥାନାରେ ଅଭିଯୋଗ କରିଥିଲେ।ଏହି ପାଞ୍ଚଜଣ ମଧ୍ୟରୁ ତିନିଜଣ ବଡ଼ପଦର ସ୍ଥାନୀୟ ଲୋକ ଏବଂ ଆଉ ଦୁଇଜଣ ମାଲକାନଗିରି ର ଅଟନ୍ତି।ଏହି ପାଞ୍ଚ ଜଣ ମିଶି ଲୋକଙ୍କୁ ମାଓବାଦୀ ନାମରେ ଲୋକଙ୍କୁ ଟଙ୍କା ଆଦାୟ, ଶୋଷଣ ,ଓ ପ୍ରଜାକୌର୍ଟ ରେ ଜୀବନ ରେ ମାରିଦେବାକୁ ଦମକ ଦେଇ ଭୟଭୀତ କରିଥିଲେ।ନାୟବ ସରପଞ୍ଚ ଓ ଜଣେ ସାମ୍ବାଦିକଙ୍କ ପ୍ରଜାକୌର୍ଟ ଡାକି ଜୀବନ ମାରିଦେବାକୁ ଧମକ ଦେଇଥିଲେ।ଆଜି ଏହି ପାଞ୍ଚ ନକଲି ମାଓବାଦୀ ଜଗୁ ହନ୍ତାଳ, ମନୋ ପାଙ୍ଗି, ଏମ ନାରାୟଣ, ବିନୋଦ ଜେନା, ଉମାକାନ୍ତ ମାଧବୀ ଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ କରିଛି ଓ ତାଙ୍କଠାରୁ ଏକ ବନ୍ଧୁକ, ମାଓବାଦୀ ଚିଠି, ତିନୋଟି ମୋବାଇଲ ଜବତ କରି କେସ ନମ୍ବର ୨୦୪/୨୪,ଦଫା ୧୨୬(୨),୩୦୮,୩୦୯ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ମାଲକାନଗିରି ଡିଏସପି ଲକ୍ଷ୍ମୀଧର ସ୍ବାଇଁ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page