
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଅବକାରୀ ପୁଲିସ ଆଜି ସକାଳ ୧୦ ଟା ସମୟରେ ଓଆଇସି ରମେଶ ଚନ୍ଦ୍ର ସାହୁକାର ଙ୍କ ନେତୃତ୍ୱରେ ଏକ ଟିମ ବାଲିମେଳା-ମାଲକାନଗିରି ମୁଖ୍ୟ ରାସ୍ତାର ଟେକଗୁଡା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ସେହି ବାଟ ଦେଇ ଜଣେ ବ୍ୟକ୍ତି ଛୋଟ ବ୍ୟାରେଲରେ ନେଇ ଯାଉଥିଲେ। ଅବକାରୀ ପୁଲିସକୁ ସନ୍ଦେହ ହେବାରୁ ସେହି ବ୍ୟକ୍ତିକୁ ଅଟକାଇ ବ୍ୟାରେଲକୁ ଯାଞ୍ଚ କରିଥିଲେ।ସେଥିରେ ପ୍ରଚୁର ମାତ୍ରାର ଦେଶୀ ମଦ ଥିବା ଜଣାପଡ଼ିଥିଲା। ଅବକାରୀ ପୁଲିସ ହାତରେ ଧରା ପଡ଼ିଯିବା ଭୟରେ ଉକ୍ତ ବ୍ୟକ୍ତି ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରି ଚାଲି ଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ପୋଲିସ ତାକୁ ଧରିବାରେ ସଫଳ ହୋଇଥିଲା। ଏଥିସହ ସେହି ବ୍ୟାରେଲରୁ ୧୦ ଲିଟର ଦେଶୀ ମଦ ମଧ୍ୟ ଜବତ କରିଥିଲା ଅବକାରୀ ପୁଲିସ। ତେବେ ଗିରଫ ବ୍ୟକ୍ତି ଜଣଙ୍କ ନାମ ଚଇତୁ ହାଲବା(୩୫) ହୋଇଥିବା ବେଳେ ସେ ପୋଟରେଲ ଛକ ନିକଟସ୍ଥ ଟେକଗୁଡା ଗ୍ରାମର ବୋଲି ଜଣାପଡିଛି। ତେବେ ଏହି ପାଟ୍ରୋଲିଂ ସମୟରେ ଅବକାରୀ ଏଏସଆଇ ରାମ ହନ୍ତାଳ, ପଣ୍ଡା ନାଗେଶ ଙ୍କ ସମେତ ଅନ୍ୟ ଅବକାରୀ ଷ୍ଟାଫ ସାମିଲ ଥିଲେ।