
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ଅଭୁଜମାଡ ଜଙ୍ଗଲରେ ତଲାସି ଅଭିଯାନ ବେଳେ ୧୦ରୁ ଅଧିକ ସ୍ପାଇକ ହୋଲକୁ ଠାବ କରି ଧ୍ଵଂସ କରିଛନ୍ତି ଯବାନ ମାନେ। ସୂଚନା ଅନୁଯାୟୀ ଅଭୁଜମାଡ ଜଙ୍ଗଲରେ ଗତ କିଛିଦିନ ପୂର୍ବେ ସି.ଆର୍.ପି.ଏଫ୍., ଡିଆର୍ଜି ଓ ନାରାୟଣପୁର ପୋଲିସ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାପରଠାରୁ ସେହି ଅଞ୍ଚଳରେ ତଲାସି ଅଭିଯାନକୁ ଯବାନଙ୍କ ଦ୍ଵାରା ଆହୁରି ବଢାଇ ଦିଆଯାଇଥିଲା। ଏହି ତଳସୀ ଅଭିଯାନ ବେଳେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ପୂର୍ବରୁ ବିଭିନ୍ନ ସ୍ଥାନରେ ଗଭୀର ଗାତ ଖୋଳି ଲୁହା ସ୍ପାଇକ ଖଞ୍ଜି ଥିବା ବେଳେ ଯବାନ ମାନେ ୧୦ରୁ ଅଧିକ ସ୍ପାଇକ୍ ହୋଲକୁ ଠାବ କରି ଏହାକୁ ଧ୍ଵଂସ କରିଛନ୍ତି।