ସୀମାନ୍ତରେ ଯବାନଙ୍କ ଦ୍ଵାରା ନିର୍ମିତ ସ୍ପାଇକ ହୋଲକୁ ଧ୍ୱଂସ କଲେ ଯବାନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲାରେ ଅଭୁଜମାଡ ଜଙ୍ଗଲରେ ତଲାସି ଅଭିଯାନ ବେଳେ ୧୦ରୁ ଅଧିକ ସ୍ପାଇକ ହୋଲକୁ ଠାବ କରି ଧ୍ଵଂସ କରିଛନ୍ତି ଯବାନ ମାନେ। ସୂଚନା ଅନୁଯାୟୀ ଅଭୁଜମାଡ ଜଙ୍ଗଲରେ ଗତ କିଛିଦିନ ପୂର୍ବେ ସି.ଆର୍‌.ପି.ଏଫ୍‌., ଡିଆର୍ଜି ଓ ନାରାୟଣପୁର ପୋଲିସ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା। ତେବେ ଏହି ଗୁଳି ବିନିମୟରେ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାପରଠାରୁ ସେହି ଅଞ୍ଚଳରେ ତଲାସି ଅଭିଯାନକୁ ଯବାନଙ୍କ ଦ୍ଵାରା ଆହୁରି ବଢାଇ ଦିଆଯାଇଥିଲା। ଏହି ତଳସୀ ଅଭିଯାନ ବେଳେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରି ପୂର୍ବରୁ ବିଭିନ୍ନ ସ୍ଥାନରେ ଗଭୀର ଗାତ ଖୋଳି ଲୁହା ସ୍ପାଇକ ଖଞ୍ଜି ଥିବା ବେଳେ ଯବାନ ମାନେ ୧୦ରୁ ଅଧିକ ସ୍ପାଇକ୍ ହୋଲକୁ ଠାବ କରି ଏହାକୁ ଧ୍ଵଂସ କରିଛନ୍ତି।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page