୨ ମହିଳା ସମେତ ୫ ବର୍ଦିଧାରୀ ନକ୍ସଲଙ୍କ ଶବ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ଉତ୍ତର ଆବୁଜମାଡର ଘଞ୍ଚ ଜଙ୍ଗଲରେ ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ମୁହାଁମୁହିଁ ଗୁଳି ବିନିମୟ ପରେ ସର୍ଚ୍ଚ ଅପରେସନ ବେଳେ ୨ ମହିଳା ସମେତ ୫ ନକ୍ସଲଙ୍କ ମୃତଦେହ ନେଇ ଛୋଟେବଟିଆ ଥାନାରେ ପହଁଞ୍ଚିଲେ ଯବାନ। ନକ୍ସଲଙ୍କ ଶବ ନିକଟରୁ ଇନସାସ୍ ରାଇଫଲ, ଏସଏଲଆର ରାଇଫଲ,୧୨ ବୋର ରାଇଫଲ ୩ ଏବଂ ବିଜିଏଲ (ବ୍ୟାରେଲ ଗ୍ରେନେଡ ଲଞ୍ଚର) ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ଯବାନ।

୧୬ ନଭେମ୍ବର ସକାଳ ୮ ଟାରୁ ଡିଆରଜି, ଏସଟିଏଫ ଏବଂ ବିଏସଏଫ ର ମିଳିତ ଦଳ ସର୍ଚ୍ଚ ଅପରେସନରେ ବାହାରିଥିଲେ | ଉତ୍ତର ଆବୁଜମାଡ ଅଞ୍ଚଳରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ତୁରନ୍ତ ଏକ ମିଳିତ ପୁଲିସ ପାର୍ଟି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଦୀର୍ଘ ସମୟ ଧରି ଉଭୟ ପଟୁ ଗୁଳି ବିନିମୟ ଜାରି ରହିଥିଲା। ଏହି ଏନକାଉଣ୍ଟରରେ ୫ ନକ୍ସଲ ନିପାତ ହୋଇଥିବା ବେଳେ ୨ ଯବାନ ଆହତ ହୋଇଥିଲେ। ଏନକାଉଣ୍ଟରରେ ଦୁଇ ଯବାନ ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ୱାଭାବିକ ବୋଲି କୁହାଯାଉଛି।ଉଭୟଙ୍କୁ ଆକାଶ ମାର୍ଗ ଯୋଗେ ରାଜଧାନୀ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page