ରାଜ୍ୟ ସ୍ତରିୟ ଶିଶୁ ମହୋତ୍ସରେ ମହକିଲେ ମାଲକାନଗିରି ଛାତ୍ରଛାତ୍ରୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ୨୦୨୪ରେ ମାଲକାନଗିରି ଜିଲ୍ଲା ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୁନି କୁନି ଛତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଛାତ୍ରଛାତ୍ରୀ ମାନେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨ୟ ସ୍ଥାନ ଅଧିକାର କରିଛନ୍ତି । ଏବାବଦରେ ଆୟୋଜକ ଓ ରାଜ୍ୟ ଅଧିକାରୀଙ୍କ ଠାରୁ ମାନପତ୍ର ଓ ପୁରସ୍କାର ସ୍ୱରୂପ ଦୁଇଟି ସିଲ ଗ୍ରହଣ କରିଛନ୍ତି। ଯାହା ମାଲକାନଗିରି ଜିଲ୍ଲା ପାଇଁ ପ୍ରଥମ ଥର ଗୌରାବ ଆଣିଦେଇଛି।ଏହି କୁନିକୁନି ଛାତ୍ରଛାତ୍ରୀ ମାନେ କୃତିତ୍ୱ ଆଣିଥିବା ବେଳେ ସେମାନଙ୍କ ସମସ୍ତ ଶ୍ରେୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଖଣ୍ଡପାଣି , ସ୍କୁଲ ପରିଚାଳନା କମିଟିର ଗୌରି କପେ , ଦୟାସମରଥ , ଦୁଲାଲି ଥଣ୍ଡର ଏବଂ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀଙ୍କ ସହଯୋଗରେ ସମ୍ଭବ ହୋଇପାରିଛି। ଜିଲ୍ଲା ତରଫରୁ ସମଗ୍ର ଶିକ୍ଷା ବିଭାଗ ମାଲକାନଗିରି ଏହି ସୁଯୋଗ ଦେଇଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ମାନେ କୃତଜ୍ଞତା ଜଣାଇଛନ୍ତି।

  • Related Posts

    ନକ୍ସଲଙ୍କ ହିନ ଯୋଜନା ବିଫଳ, ୪ ଆଇଇଡି ଉଦ୍ଧାର ; ଏଚଇ ବୋମା ଯୁକ୍ତ ୧୦ କିଗ୍ରା ଆଇଇଡି ନିଷ୍କ୍ରିୟ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁରରେ ସୁରକ୍ଷା ବାହିନୀ ୪ ଆଇଇଡି ଠାବ କରି ନିଷ୍କ୍ରିୟ କରିଛି।ପ୍ରଥମ ଥର ପାଇଁ ନକ୍ସଲମାନେ ୧୦ କିଗ୍ରା ଆଇଇଡିରେ ଜୀବନ୍ତ ଏଚଇ ବୋମା ଲଗାଇଛନ୍ତି। ଯାହାକି ଏକ ଶକ୍ତିଶାଳୀ ବୋମା।ପୋଲିସ କହିବାନୁଯାୟୀ…

    ସର୍ବୋଚ୍ଚ ନ୍ୟାୟାଳୟ ଦ୍ବାରା ପେପର ବାଲଟ୍ ପ୍ରଣାଳୀ ପୁନଃ ପ୍ରତିଷ୍ଠା ପାଇଁ ଏକ ଜନହିତ ଯାଚିକା ଖାରଜ।

    କଟକ(କ୍ରୋନିକ ଓଡ଼ିଶା)ସର୍ବୋଚ୍ଚ ନ୍ୟାୟାଳୟ ଆଜି ଭାରତୀୟ ନିର୍ବାଚନରେ ପେପର ବାଲଟ୍ ପ୍ରଣାଳୀକୁ ପୁନଃ ପ୍ରବର୍ତ୍ତନ ପାଇଁ ଦାଖଲ ହୋଇଥିବା ଜନହିତ ଯାଚିକାକୁ ଖାରଜ କରିଦେଲେ। ଯାଚିକାକାରୀ ଡା. କୌଲ୍ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍‌ (ଇଭିଏମ)ର ବିଶ୍ୱସନୀୟତା ନେଇ ଆଶଙ୍କା ଉଠାଇଥିଲେ ଏବଂ…

    Leave a Reply

    Your email address will not be published. Required fields are marked *

    You cannot copy content of this page