ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ପଡୋଶୀ ରାଜ୍ୟ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା ପୁଲିସକୁ ବଡ଼ ସଫଳତା। ସୀମାନ୍ତ ଛତିଶଗଡ ରାଜ୍ୟର ନାରାୟଣପୁର ଜିଲ୍ଲା ସୀମାକୁ ଲାଗିଥିବା ଜଙ୍ଗଲରେ ମହାରାଷ୍ଟ୍ରର ସି-୬୦ ଯବାନଙ୍କ ସହିତ ନକ୍ସଲମାନଙ୍କ ମୁହାଁମୁହିଁ ଗୁଳି ବିନିମୟରେ ପାଞ୍ଚ ନକ୍ସଲ ନିପାତ ଏବଂ ଜଣେ ଯବାନ ଆହତ ହୋଇଛନ୍ତି। ମିଳିଥିବା ସୂଚନାନୁଯାୟୀ ପୁଲିସକୁ ଭାମରାଗଡ ତହସିଲ ଅନ୍ତର୍ଗତ କୋପରି ଜଙ୍ଗଲରେ ନକ୍ସଲମାନଙ୍କ ଗତିବିଧି ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସୂଚନାକୁ ଆଧାର କରି ନକ୍ସଲଙ୍କ ବିରୁଦ୍ଧରେ ଅପରେସନ ପାଇଁ ଯବାନଙ୍କୁ ପଠାଯାଇଥିଲା। ମହାରାଷ୍ଟ୍ର ରାଜ୍ୟର ନକ୍ସଲ ବିରୋଧୀ ଟିମ ସି-୬୦ ବାହିନୀର ଯବାନଙ୍କୁ ଘଟଣା ସ୍ଥଳକୁ ପଠାଯାଇଥିଲା। ଜଙ୍ଗଲରେ ପୁଲିସ ନକ୍ସଲ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା।ଏହି ଗୁଳି ବିନିମୟରେ ୫ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି। ତେବେ ଘଟଣା ସ୍ଥଳରୁ ପୁଲିସ ପାଞ୍ଚ ନକ୍ସଲଙ୍କ ଶବ ଉଦ୍ଧାର କରି ହେଲିକେପ୍ଟର ଯୋଗ ଜିଲ୍ଲା ମୁଖ୍ୟାଳୟକୁ ଅଣାଯାଇଥିବା ଏସପି ନିଳୋତ୍ପଳ କହିଥିବା ବେଳେ ମୃତ ନକ୍ସଲଙ୍କ ପରିଚୟ ଏବଂ ଅନ୍ୟାନ୍ୟ ସମ୍ପର୍କରେ ତଥ୍ୟ ତଦନ୍ତ ପରେ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି।
ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…