ନିଜକୁ ସରକାରୀ ଅଧିକାରୀ କହି ସାଇବର ଠକ ଲୁଟିନେଲେ ୮୭ଲକ୍ଷ ଟଙ୍କା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲାରେ ଏକ ବଡ ଧରଣର ସାଇବର ଠକେଇ ହେଥିବା ଜଣା ପଡିଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ଜୈନେକ ଶିକ୍ଷକ ଏହି ଠକେଇର ଶିକାର ହୋଇଛନ୍ତ। ପ୍ରଥମେ ଶିକ୍ଷକଙ୍କୁ କିଛି ଫୋନ କଲ ଆସିଥିଲା, ଶିକ୍ଷକ ଜଣଙ୍କ ବ୍ୟାଙ୍କ ଲେଣ ଦେଣ ବିଷୟରେ ତଥ୍ୟକୁ ଆଧାର କରି ଦୀର୍ଘ ଏକ ମାସ ଧରି ଶିକ୍ଷକଙ୍କୁ ଧମକ ଦେବା ସହ ନିଜକୁ ପ୍ରସାସନିକ ଅଧିକାରୀ ଯଥା ସିବିଆଇ, ଇଡ଼ି, ହାଇକୋର୍ଟ କର୍ମଚାରୀର ପରିଚୟ ଦେଇ ଠକ ମାନେ ଧମକ ଦେବା ସହ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ତୁମର ଟଙ୍କାକୁ ତୁମେ ଅସତ ଉପାୟରେ ଅର୍ଜନ କରିବା ସହ ବିଭିନ୍ନ ଅପରାଧିକ ସଂସ୍ଥାରେ ନିବେଶ କରିଛ, ତୁମକୁ ସେମାନେ ଜୀବନରେ ମାରିଦେବେ, ତେଣୁ ତୁମକୁ ଆମେ ରକ୍ଷା କରିପାରିବୁ ବୋଲି କହି ପ୍ରଥମ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା ଠକି ନେବାପରେ ଦିନକୁ ଦିନ ଅଧିକ ଟଙ୍କା ଦାବି କରିଥିଲେ ଠକ ମାନେ। ଏହି ବିଷୟରେ କାହାକୁ କହିଲେ ତୁମ ସହ ତୁମ ପରିବାର ଲୋକଙ୍କୁ ହତ୍ୟା କରିବୁ ବୋଲି ଧମକ ମଧ୍ୟ ଦେଇଥିବାରୁ ଶିକ୍ଷକ ଜଣଙ୍କ ଭୟରେ ନିଜପରିବାରରେ କାହାକୁ ଜଣାଇ ପାରିନଥିଲେ। ଦିନକୁ ଦିନ ତାଙ୍କୁ ଅଧିକରୁ ଅଧିକ ଟଙ୍କା ଦାବିକରି ଥିଲେ ସାଇବର ଲୁଟେରା, ଶେଷରେ ସେ ବାଧ୍ୟହୋଇ ନିଜ ସମ୍ପର୍କୀୟ ଓ ଭାଇଙ୍କ ଠାରୁ ପ୍ରାୟ ୮ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଧାର କରିବା ସହ ବ୍ୟାଙ୍କରୁ ପ୍ରାୟ ୨୬ଲକ୍ଷ ଟଙ୍କା ଋଣ କରି ସମୁଦାୟ ୮୭ଲକ୍ଷ ଟଙ୍କା ଶିକ୍ଷକ ଜଣଙ୍କ ଏହି ସାଇବର ଠକ ମାନଙ୍କୁ ଦେବାକୁ ବାଧ୍ୟ ହୋଇଥିଲେ। କିଛିଦିନ ପରେ ସାଇବର ଲୁଟେରା ଫୋନ ଆସିବା ବନ୍ଦ ହେବାପରେ ସେ ଲୁଟର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଦୀର୍ଘ ଦିନଧରି ନିର୍ଯ୍ୟାତନାର ଶିକାର ହୋଇ ଶେଷରେ ରାଜ୍ୟ ସାଇବର ସେଲକୁ ଫୋନ ମାଧ୍ୟମରେ ଏନେଇ ଜଣାଇବା ଥିଲେ ଶିକ୍ଷକ ଜଣଙ୍କ ଏବଂ ସେଠାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ, ଯାହାର ତଦନ୍ତ ଜାରି ରହିଛି।

  • Related Posts

    ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    Leave a Reply

    Your email address will not be published. Required fields are marked *

    You cannot copy content of this page