ମାଲକାନଗିରି ରେ ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲା ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକର୍ମ ରେ ରାଜ୍ୟ ସମ୍ପାଦକ ସରଜ କର , ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ , ନୁର୍ବାଚନ ରିଟିନିଂ ଅଫିସର ଅରୁଣଭଟ ମିଶ୍ର , ଜିଲା ସଭାପତି ନିମାଇଁ ପାଲ , ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ,ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସାମଲ ସୁନାନୀ , ଅଶୋକ ପରିଡା , ଗୁରୁଚରଣ ମହାନ୍ତି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଥମେ ସଭାପତି ମଞ୍ଚସିନ ଅତିଥି ଙ୍କ ପରିଚୟ ପ୍ରଦାନ କରିବା ପରେ ନିର୍ଵାଚନ ଅଫିସର ଶ୍ରୀ ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ ଏଥିସହିତ ରାଜ୍ୟ ସମ୍ପାଦିକା ପୂର୍ଣ୍ଣିମା ନାୟକ ସଦସ୍ୟତା ଅଭିଯାନ ଉପରେ ବକ୍ତବ୍ୟ ରଖିଥିଲେ । ସର୍ବଶେଷରେ ଶ୍ରୀ କର ନିଜ ବକ୍ତବ୍ୟରେ ସଦସ୍ୟତା ଉପରେ ଆଲୋକପାତ କରାଇବା ସହିତ ଆଗକୁ ଆହୁରି ଅଧିକ ସଦସ୍ୟତା ନିମନ୍ତେ ପରାମର୍ଶ ଦେଇଥିଲେ । ଆଗକୁ କିପରି ଅଧିକରୁ ଅଧିକ ଆକ୍ଟିଭ ମେମ୍ବର ହୋଇପାରିବେ ତତସହିତ ଯେଉଁମାନେ ଆକ୍ଟିଭ ମେମ୍ବର ପାଇଁ ଅଳ୍ପକିଛି ବାକି ଅଛନ୍ତି ସେମାନଙ୍କୁ ମଣ୍ଡଳ ସଭାପତି ଓ ସଂଯୋଜକ ସାହାଯ୍ୟ କରିବା ପାଇଁ କବିଥିଲେ। ଯଦି ଜଣେ ନଭେମ୍ବର ୨୫ପୂର୍ବରୁ ଆକ୍ଟିଭ ମେମ୍ବର ହେବାକୁ ଚାହୁଁଛନ୍ତି ତାହେଲେ ସେମାନେ ସର୍ବନିମ୍ନ ୫୦ଜଣ ସକ୍ରିୟ ସଦସ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଏହି ବୈଠକ ରେ ଜିଲ୍ଲାର ସମ୍ପାଦକ ମାଣିକ ଚକ୍ରବତ୍ତୀ , ଜିଲା କୋଷଦକ୍ଷ ସଞ୍ଜୟ ସରକାର , ଅକ୍ଷୟ କୁମାର ବିଶ୍ବାଳ , ଭବାନୀ ମୁଖାର୍ଜୀ ଏବଂ ୧୭ଟି ମଣ୍ଡଳର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏବଂ ଆଗାମୀ ଦିନରେ ବୁଥ , ମଣ୍ଡଳ , ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକାର୍ତ୍ତ ନିର୍ବାଚନ ହେବ ବୋଲି କହିଥିଲେ ଏବଂ ପ୍ରତ୍ୟେକ ବୁଥ ସର୍ବନିମ୍ନ ୧୦୦ ଜଣ ଆକ୍ଟିଭ ମେମ୍ବର କରିବାକୁ ବାଧ୍ୟ ବୋଲି ସୂଚନା ଦେଇଥିଲେ।

  • Related Posts

    ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…

    ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଏକଦିବସୀୟ ଆଲୋଚନାଚକ୍ର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ପି.ଏମ୍.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ମାଲକାନଗିରି ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୋଟିଏ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା l…

    Leave a Reply

    Your email address will not be published. Required fields are marked *

    You cannot copy content of this page