ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ଓର୍କେଲ ଥାନା ପକ୍ଷରୁ ସହୀଦଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଗତ ଦିନରେ କର୍ତ୍ତବ୍ୟ କରୁଥିବା ବେଳେ ହୋଇଥିବା ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଉକ୍ତ ସଭାକୁ ଭାରପ୍ରାପ୍ତ ଥାନା ଅଧିକାରୀ ଅଜିତ ସିଂ ବାରିଆ ଅଧକ୍ଷତା କରିଥିବା ବେଳେ ୩୦/୦୭/୨୦୦୩ ମସିହାରେ ନକ୍ସଲ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ପୋରରେ ଏସ ଆଇ ସଦାନନ୍ଦ ହନ୍ତାଳ ଓ କନେଷ୍ଟବଳ ଆନନ୍ଦ ଦେବ ମଲ୍ଲିକ ସହୀଦ ହୋଇଥିଲେ। ସେହିପରି ୦୬/୦୯/୨୦୨୦ ତାରିଖରେ ଗୃହରଖି ବନବାସୀ ମହାରଣା ଏକ ଗଞ୍ଜେଇ ଚୋରାଚାଲାଣର ଚଢ଼ାଉ ସମୟରେ ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ସହୀଦ ହୋଇଥିଲେ। ସହୀଦ ମାନଙ୍କ ସ୍ମୃତିଚାରଣ ନିମନ୍ତେ ଏହି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଭାରା ପ୍ରାପ୍ତ ଥାନାଧିକାରୀ ଶ୍ରୀବାରିଆ ସହୀଦ ସାଥିଙ୍କ ବଳିଦାନ ସମ୍ପର୍କରେ ମନେ ପକେଇବା ସହ ସହୀଦ ମାନଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏଥିସହିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଆସିଥିବା ଛାତ୍ରଛାତ୍ରୀ ସହୀଦଙ୍କ ସ୍ମୃତିରେ ସଙ୍ଗୀତ ପରିବେଷଣ କରିଥିଲେ।ଏହା ପରେ ସହୀଦଙ୍କ ପରିବାର ଲୋକଙ୍କୁ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସବଇନ୍ସପେକ୍ଟର ମନୋହର ସାହୁ , ଏମ ବାରିହା , ଏଏସଆଇ ବିଶି ମାଝୀ , ଏସ କେ ଟାକିରିଙ୍କ ସମେତ ଥାନା କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…