ଜାତୀୟ ଆୟୁର୍ବେଦିକ ଦିବସ ପାଳିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସର ଜାତୀୟ ସେବା ସଂସ୍ଥା ମିଳିତ ଆନୁକୂଲ୍ୟରେ ନବମ ଜାତୀୟ ଆୟୁର୍ବେଦ ଦିବସ ପାଳନ କରାଯାଇଛି l ଏହି ସଭାରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଏହି ଦିବସର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ l ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ହରଘର ହରଦିନ ଆୟୁର୍ବେଦିକ ଦିବସ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ l ପ୍ରତ୍ୟେକ ବ୍ୟକ୍ତି ଆୟୁର୍ବେଦ ଔଷଧ ବ୍ୟବହାର କରିବା ପାଇଁ ଜଡିବୁଟିର ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଏନ.ସି.ସି ଅଧିକାରୀ ଲେଫ୍ଟନେଣ୍ଟ ସୁଶାନ୍ତ ମାଝୀ ସଭା ପରିଚାଳନା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସମ୍ମାନୀତ ଅତିଥି ରୂପେ ଇଂରାଜୀ ବିଭାଗର ମୁଖ୍ୟ ଉମେଶ ଚନ୍ଦ୍ର ରାଉତ ଆୟୁର୍ବେଦ ଦିବସ ପାଳନ କରିବାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଏନ.ସି.ସି କ୍ୟାଡେଟ ସହିତ ଅନ୍ୟାନ୍ୟ ସ୍ବେଛାସେବୀ ଏକଶହରୁ ଉର୍ଦ୍ଧ୍ୱ ଯୋଗଦାନ କରିଥିଲେ l ସଭା ଶେଷରେ ପ୍ରେମରେଖା ଭତ୍ରା ଜାତୀୟ ସେବା ସଂସ୍ଥା ଯୋଜନା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page