ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମାଥିଲି ପଞ୍ଚାୟତ ଶୋଭାଗୃହ ଠାରେ।ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ମାଥିଲି ବ୍ଲକ ମେଣ୍ଡୁକୁଲି ଗ୍ରାମର ବିରଞ୍ଚି ମିଶ୍ରଙ୍କ ଝିଅ କୁମାରୀ ଭାଗ୍ୟଶ୍ରୀ ମିଶ୍ର ଓଡିଶା ପ୍ରଶାସନିକ ସେବା (OAS ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ମାଥିଲି ବ୍ଲକ ପ୍ରଶାସନ ଦ୍ୱାରା ସ୍ୱାଗତ ସମର୍ଦ୍ଧନା ଦିଆଯାଇଛି। ଏଥିରେ ମୁଖ୍ୟ ଅଥିତି ଭାବେ ମାଥିଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଡ଼କ୍ଟର ହିମାଞ୍ଚଳ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୋରଜ ପ୍ରଧାନ, ଜି ପି ଓ ରତନ ରାୟ, ବିରଞ୍ଚି ମିଶ୍ର,ଏମଡି ଆକବର, କୁନାଲ ମିଶ୍ର, ସମ୍ମିତି ସଭ୍ୟ ବାଲାରାଜୂ କପେ, ପୂର୍ବତନ ଜ଼ିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ମାଝୀ, ଚାଉଳମେନ୍ଦି ସରପଞ୍ଚ ଜଳନ୍ଧର ନାୟକ ଭାଗ୍ୟଶ୍ରୀ ଙ୍କୁ ସ୍ୱାଗତ ସମର୍ଦ୍ଧନା ଜଣାଇବା ସହ ମାଥିଲି ବ୍ଲକରେ ଏଭଳି ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ IAS, OAS ଭଳି ଉଚ୍ଚଶିକ୍ଷିତ ହୋଇ ଶହୀଦ ଲକ୍ଷ୍ମଣ ନାୟକ ମାଥିଲି ମାଟିର ନା ରଖିବାକୁ ପରାମର୍ଶ ଦେଇଥିଲେ। ମାଥିଲି ବି. ଡି. ଓ ହିମାଞ୍ଚଳ ମାଝୀ ତାଙ୍କ ବକ୍ତବ୍ୟ ରେ ପ୍ରଥମେ ସେ ମାଥିଲି ବ୍ଲକ ସାଲିମି ଠାରେ ପ୍ରାଣିଚିକିତ୍ସା ଡ଼କ୍ଟର ଭାବେ ୨୦୧୦ରେ ଚାକିରୀ ଆରମ୍ବ କରିଥିଲେ। ପରେ OAS ପରୀକ୍ଷା ରେ ପାସ ହେଲେ ବର୍ତମାନ ମାଥିଲି BDO ହୋଇ ଲୋକଙ୍କ ସେଭାକରିବାର ସୁଯୋଗ ମିଳିଲା। କିନ୍ତୁ ବହୁତ କିଛି ମାଥିଲି ବ୍ଲକ ରେ କରିବାର ଥିଲା କିନ୍ତୁ କାମସମୟ ରେ ତାଙ୍କୁ ବଦଳି ହୋଇଛି। ମାଥିଲି ବ୍ଲକରେ ଶିକ୍ଷାର ଵେବସ୍ତା ଭଲ ନାହିଁ ଯଦି ଶିକ୍ଷା ଵେବସ୍ତା ଭଲ ହୋଇପାରିଲେ। ଭାଗ୍ୟଶ୍ରୀ ଭଳି ଅନେକ ଛାତ୍ର, ଛାତ୍ରୀ ଉଚଶିକ୍ଷିତ ହୋଇପାରବେ ବୋଲି କହିଥିଲେ। ଭାଗ୍ୟଶ୍ରୀ ତାଙ୍କ ଅଭିଵାଷଣ ରେ ଟ୍ରେନିଙ୍ଗ ସାରିବା ପରେ ଯେଉଁଠି ମଧ୍ୟ ଚାକିରୀ ମିଳିବ ଲୋକଙ୍କ ସେବା କରିବା ସହ ମାଥିଲି ବ୍ଲକ ଜନସାଧାରଣ ଙ୍କ ସେବା କରିବି ବୋଲି କହିଥିଲେ।ଏଥିରେ ସମସ୍ତ କର୍ମଚାରୀ ସମସ୍ତ ଦଳର କର୍ମକର୍ତା ଙ୍କ ସହ ଜନସାଧାରଣ ଉପସ୍ଥିତ ଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…