
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଏକ ଓ୍ବାକଥନ ଅୟୋଜିତ ହୋଇଯାଇଛି l ସମର ଶିକ୍ଷାର୍ଥୀ ବାହିନୀ ଆନୁକୁଲ୍ୟରେ ଆୟୋଜିତ ଏହି ଓ୍ବାକଥନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ସଦାନନ୍ଦ ପାଣି ଯୋଗଦାନ କରିଥିଲେ l ମହାବିଦ୍ୟାଳୟ ଅଧକ୍ଷ ଲିଙ୍ଗରାଜ ମିଶ୍ରଙ୍କ ନିର୍ଦ୍ଦେଶନାରେ ଏବଂ ବାଣିଜ୍ଯ ବିଭାଗ ମୁଖ୍ୟ ତଥା ରେଡକ୍ରସ ସୋସାଇଟି ସଂଯୋଜକ ଡଃ ରଞ୍ଜନ କୁମାର ସ୍ବାଇଁଙ୍କ ତତ୍ବାବଧାନରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ଡିଏନକେ ଛକ ପର୍ଯ୍ୟନ୍ତ ରାଲି ପ୍ରଦର୍ଶନ କରାଯାଇଥିଲା।ମହାବିଦ୍ୟାଳୟ ଅଧ୍ୟାପିକା ପ୍ରେମରେଖା ଭତରା , ଅଧ୍ୟାପକ ପ୍ରମେୟ ମହାନ୍ତି ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ l ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ ପରିଚାଳକ ସୁଶାନ୍ତ କୁମାର ମାଝୀ ବାର ଶହ ଛାତ୍ରୀଛାତ୍ରଙ୍କ ନେତୃତ୍ଵ ନେଇ ଉକ୍ତ ଓ୍ବାକଥନକୁ ସାଫଲ୍ୟ ମଣ୍ଡିତ କରିଥିଲେ l