ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଗମ୍ଫାକୋଣ୍ଡା କେନାଲ ଉପରେ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।ଚାଷ କାର୍ଯ୍ୟ କରିବା ପାଇଁ ହେଉଛନ୍ତି ହଟହଟା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୁଣା ଚିମଟାପାଲୀ ପଞ୍ଚାୟତର ସିନ୍ଧିବାଟା ଗ୍ରାମରରେ। ଯେଉଁଠାରେ ଗ୍ରାମବାସୀମାନେ ଏକ ପୋଲ ନିର୍ମାଣ ନିମନ୍ତେ ପୋଟେରୁ ଜଳସେଚନ ବିଭାଗ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦୀର୍ଘ ବର୍ଷ ଧରି ପୋଟେରୁ ଜଳସେଚନ ବିଭାଗକୁ ଏକ ପୋଲ ନିର୍ମାଣ ନିମନ୍ତେ ବାରମ୍ଵାର ଅନୁରୋଧ ଓ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାଁନ୍ତି।ସୂଚନା ଥାଉ କି ଉକ୍ତ ପୋଲଟି ସୋର୍ଲୁକୋଣ୍ଡା ବ୍ୟାରେଜ୍ ଠାରୁ ଗୋମ୍ଫାକୋଣ୍ଡା କେନାଲ ଉପରେ କରିବା ପାଇଁ ଗ୍ରାବାସୀମାନେ ଦାବି କରିଛନ୍ତି। ନିଜ ଚାଷ ଜମିକୁ ଯିବା ପାଇଁ ଓ ଗାଈ ଗୋରୁଙ୍କୁ ଚୋରାଇବାକୁ ନେବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଗ୍ରୀଷ୍ମ ଓ ଶୀତ ଋତୁ ଯେମିତି ସେମିତି କଟିଯାଉଛି, କିନ୍ତୁ ବର୍ଷା ଦିନେ ଗ୍ରାମବାସୀ ନିଜ ଜୀବନକୁ ବାଜିରେ ଲଗାଇ କେନାଲ ପାର ହୋଇ ଚାଷ ଜମିକୁ ଯାଇଥାନ୍ତି ଓ ଗାଈ ଗୋରୁ ମଧ୍ୟ ବର୍ଷା ଦିନେ ଉକ୍ତ କେନାଲ ପାର ହୋଇ ଯିବା ସମୟରେ ସଂପୂର୍ଣ୍ଣ ଭାସି ଯାଇ ମୃତ୍ୟୁ ବରଣ କରୁଥିବା ଗ୍ରାମବାସୀ କହିଛନ୍ତି। ସିନ୍ଧିବାଟା ଗ୍ରାମରର ନିବାସୀମାନେ ଏହି ପୋଲ ନିମନ୍ତେ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ ମଧ୍ୟ କୌଣସ ସୁଫଳ ମିଳିନାହିଁ। ଏହି ପୋଲ ନିର୍ମାଣ ନିମନ୍ତେ ପୋଟେରୁ ଜଳସେଚନ ବିଭାଗ କର୍ଣ୍ଣପାତ କରୁନଥିବା ହେତୁ ଗ୍ରାମବାସୀ ମାନେ ଶେଷରେ ଅସନ୍ତୁଷ୍ଟ ଓ ନିରାଶା ହୋଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ।ଆନ୍ଦୋଳନକାରୀ ମାନେ ସିନ୍ଧିବାଟାର ମୁଖ୍ୟ ରାସ୍ତାରେ ଜମା ହୋଇ ରାସ୍ତା ଅବରୋଧ କରିଥଲେ। ଯାହାଦ୍ଵାରା ସରକାରୀ କର୍ମଚାରୀ ଓ ଅନ୍ୟପଟେ ଯାତାୟତ ପାଇଁ ଥିବା ଗାଡ଼ି ମୋଟର ସହ ଜଳସେଚନ ବିଭାଗର ଚାଲିଥିବା କେନାଲ କାର୍ଯ୍ୟର ଗାଡ଼ି ଗୁଡ଼ିକୁ ଅଟକାଇ ଥିଲେ। କୌଣସି ସୂତ୍ରରୁ ଖବର ପାଇ ଜଳସେଚନ ବିଭାଗର କତୃପକ୍ଷ ଉକ୍ତ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ। ବିଭାଗୀୟ ଅଧିକାରୀଙ୍କ ବୁଝାସୁଝା ପରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧରୁ ଓହରିଥିଲେ। ତେବେ ଏ ସମ୍ପର୍କରେ ପୋଟେରୁ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପିତବାସ ସେଠୀଙ୍କୁ ପଚାରିବାରୁ କହିଥିଲେ ସିନ୍ଧିବାଟା ଗାଁ ଉଭୟ ପାର୍ଶ୍ଵରେ ଦୁଇଟି ପୋଲ ରହିଛି କିନ୍ତୁ ପାଖାପାଖି ସାଢ଼େ ତିନି କିମି ଅବା ଚାରି କିମି ଦୂରରେ ରହିଛି। ଫଳରେ ଗ୍ରାମବାସୀ ମାନେ ଚାଲି ଚାଲି ଏକ ପାହାଡ଼ ଅତିକ୍ରମ କରିବାକୁ ପଡୁଛି। ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରାଯାଇଛି। ଗ୍ରାମବାସୀଙ୍କ ସହିତ ଆଲୋଚନା ମଧ୍ୟ କରିଥିଲୁ। ଖୁବଶୀଘ୍ର ସେଠାରେ ଏକ ଝୁଲାପୋଲ ନିର୍ମାଣ କରାଯିବା ବୋଲି ପ୍ରତିଶୃତି ଦେଇଛନ୍ତି।ଏହି ରାସ୍ତା ଅବରୋଧ ବେଳେ ଗ୍ରାମର ସରପଞ୍ଚ ରାଜେଶ ମାଡକାମୀ, ୱାର୍ଡ ମେମ୍ବର ଆଲିସେବା ନାଗ ଓ ସମାଜସେବୀ ସୁନିଲ ନାଗ ନେତୃତ୍ୱ ନେଇଥିବା ବେଳେ ଭିମା ପଡିଆମି, ଲକ୍ଷ୍ମଣ ପାଙ୍ଗି, ମୋହନ ନାଗ, ପ୍ରକାଶ ନାଗ, ପ୍ରମିତା ଖିଲ, ଦେବେ ପଡ଼ିଆମୀ, ମେରୀ ପଡିଆମୀ, ରିତା ନାଗ, ଅଶ୍ରିତା ନାଗ, ଅମିତା ଖରା, ଘାସୀ ପାଙ୍ଗି, ମିନୁ ହନ୍ତାଳ, ଶତସ ଖଟୁ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…