ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ଼ ସଫଳତା। ସ୍ବାଭିମାନ ଅଞ୍ଚଳ ପିପଲାପଦର ଗାଁ ନିକଟସ୍ଥ ଜଙ୍ଗଲରୁ ୧୬୦ କେଜି ଗଞ୍ଜେଇ ଜବତ କରିଛି ଜିଲ୍ଲା ଅବକାରୀ ବିଭାଗ। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଗତ ୨୫ ତାରିଖରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ପିପଲାପଦର ଗାଁ ନିକଟସ୍ଥ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଲୁଚେଇ ରଖାଯାଇଥିବା ଏକ ବିଶେଷ ସୂତ୍ରରୁ ସୂଚନା ଅବକାରୀ ବିଭାଗକୁ ମିଳିଥିଲା।ସୂଚନା ପାଇବା ପରେ ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ସନ୍ତୋଷ କୁମାର ବଳଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପିପଲାପଦର ଗ୍ରାମର ପଶ୍ଚିମ ପାର୍ଶ୍ୱ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ଖୋଜାଖୋଜି କରିବାରୁ ୧୬୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏତେ ମାତ୍ରାରେ ଗଞ୍ଜେଇ କିଏ ଏବଂ କାହିଁକି ଲୁଚେଇ ରଖିଥିଲେ ସେ ସମ୍ପର୍କରେ ଅବକାରୀ ବିଭାଗକୁ ତଥ୍ୟ ମିଳି ପାରିନାହିଁ। ତେବେ କେହି ଅଜଣା ଗଞ୍ଜେଇ ମାଫିଆ ଉକ୍ତ ଜଙ୍ଗଲ ମଧ୍ୟରେ ଏହି ଗଞ୍ଜେଇ ଲୁଚେଇ ରଖି ଥାଇପାରେ। ସୁବିଧା ସୁଯୋଗ ଦେଖି ଏହି ବେଆଇନ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଗଚ୍ଛିତ ରଖିଥିବା ଅବକାରୀ ବିଭାଗ ଅନୁମାନ କରୁଛି। ଉକ୍ତ ଗଞ୍ଜେଇକୁ ଜବତ କଲା ପରେ ମାଲକାନଗିରି ରେଞ୍ଜ ଅଫିସରେ ଏକ ଦାବିହିନ ଏନଡିପିଏସ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଉଛି।ଏହି ଚଢ଼ଉ ସମୟରେ ଅବକାରୀ ଉପ ନିରୀକ୍ଷକ ଅଶେଷ କୁମାର ନାୟକ , ଅମିୟ କୁମାର ଖଞ୍ଜା , ହେମନ୍ତ ବାଘ , ସହାୟକ ଉପନିରୀକ୍ଷକ ଜେମେସ ମାଲଖୋମ ସାହୁ , ପ୍ରଦୀପ କୁମାର ନାୟକ , ସୁରେନ୍ଦ୍ର କୁମାର ମାଝୀ , କନେଷ୍ଟବଳ ଗୋବିନ୍ଦ ବେଞ୍ଜମୀ , ପାଣ୍ଡବ ଟୁଡୁ , ବିପୁଳ ଶେଖର ଯୋଦ୍ଦର୍ , ଆନନ୍ଦ ପ୍ରଧାନ , କାହ୍ନୁଚରଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…