ମାଲକାନଗିରି(କ୍ରୋନିକ ଓଡ଼ିଶା)ଓଡିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଲକ୍ଷ୍ୟ କୋଚିଂ ସେଣ୍ଟର ବିଦ୍ୟାର୍ଥୀ ଶ୍ୟାମା ମାଢୀ । ଶ୍ୟାମା ଓଏଏସ ୨୦୨୨-୨୩ ପରୀକ୍ଷାରେ ୬୩୧ ସ୍ଥାନ ହାସଲ କରିଛନ୍ତି। କୋରକୁଣ୍ଡା ବ୍ଲକ ପଟ୍ରେଲ୍ ଗ୍ରାମ ନିବାସୀ ବାସୁଦେବ ମାଢୀ ଓ ୱାଗେ ମାଢୀଙ୍କ ସନ୍ତାନ ଶ୍ୟାମା ୨୦୧୪ ରେ ଗୋବିନ୍ଦପାଲ୍ଲି ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ, କିସ୍ ଭୁନେନେଶ୍ବରରୁ ଯୁକ୍ତ ଦୁଇ ଏବଂ ମାଲକାନଗିରି ମଡେଲ ଡ଼ିଗ୍ରୀ କଲେଜରୁ ବଟାନୀରେ ସ୍ନାତକ ଉତ୍ତୀର୍ଣ୍ଣ କରିଛନ୍ତି। ସୂଚନା ଥାଉ କି ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲାର ଯୁବ ଗୋଷ୍ଠୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଲକ୍ଷ୍ୟ କୋଚିଂ ସେଣ୍ଟର ଆରମ୍ଭ କରାଯାଇଛି । ଗୁରୁକୁଳ ଆଇଏଏସ ଏକାଡେମୀ ତରଫରୁ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ସହ କୋଚିଂ ପ୍ରଦାନ କରାଯାଉଛି। ଜିଲ୍ଲା ପ୍ରଶାସନର ଏହି ପ୍ରୟାସ ଦ୍ବାରା ଶ୍ୟାମାଙ୍କ ସ୍ବପ୍ନ ସାକାର ହୋଇପାରିଛି। ସେହିପରି ମାଥିଲି ବ୍ଲକର ମେଣ୍ଡୁକୁଲି ଗ୍ରାମର ବିରଞ୍ଚି ମିଶ୍ରଙ୍କ ଝିଅ ଭାଗ୍ୟଶ୍ରୀ ମିଶ୍ର ମଧ୍ୟ ୧୩୮ ଏବଂ ବଣ୍ଡାଘାଟୀର ଝିଅ ବିନି ମୁଦୁଲି ୫୯୬ ସ୍ଥାନ ହାସଲ କରିଛନ୍ତି। ମାଲକାନଗିରି ଭଳି ଜିଲ୍ଲାରୁ ଏମାନଙ୍କର ଏହି ସଫଳତା ଅନ୍ୟ ଯୁବକ ଯୁବତୀଙ୍କୁ ପ୍ରେରଣା ଯୋଗାଇବ।
ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଲି ସମେତ କାର ଜବତ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓର୍କେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ ବୋଲି ପ୍ରଶାସନ ପକ୍ଷରୁ…