ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଏମ.ଭି-୮ ଗ୍ରାମର ମିଲନ ମଜୁମଦାରଙ୍କ ହତ୍ୟା ଘଟଣାର ମୁଖ୍ଯ ଅଭିଯୁକ୍ତ ବିଧାନ ମଣ୍ଡଳକୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଆଜି ଗିରଫ କରିଛି। ହତ୍ୟାକାରୀ ଏମ.ଭି-୨୨ ଗ୍ରାମର ବିଧାନ ମଣ୍ଡଳ ଓ ମୃତ ଏମ.ଭି-୮ ଗ୍ରାମର ମିଲନ ମଜୁମଦାର ଦୁଇ ଜଣ ସାଙ୍ଗ ଥିଲେ। ଦୁଇ ଜଣ ମିଶି ବୁଲା ବୁଲି କରିବା ସହ ମଦ ପିଉଥିଲେ । ହେଲେ ମିଲନ ମଜୁମଦାର ଦିନେ ମଦ ପିଇ ବିଧାନ ମଣ୍ଡଳଙ୍କ ସ୍ତ୍ରୀ ସଂପର୍କରେ ଖରାପ କଥା କହିବା ସହ ତାଙ୍କ ସ୍ତ୍ରୀ ଉପରେ ଖରାପ ନଜର ମଧ୍ଯ ରଖିଥିଲେ।ଯାହାକୁ ନେଇ ରାଗ ରଖି ବିଧାନ ଏପରି ହତ୍ୟାକାଣ୍ଡ କରିଥିବା ପୋଲିସ କହିଛି। ତେବେ ସାଇଣ୍ଟିଫିକ ଟିମ ସାହାଯ୍ୟରେ ହତ୍ୟାକାରୀକୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ଏକ ଧାରୁଆ ଅସ୍ତ୍ର ସହ ମୃତକଙ୍କ ମୋବାଇଲ ଫୋନ ସୁନା ଚେନ ଓ ସୁନା ମୁଦି ପୋଲିସ ଜବତ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଏସଡିପିଓ ସଚିନ ପଟେଲ ସୂଚନା ଦେଇଛନ୍ତି।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…