ମାଲକାନଗିରି(କ୍ରୋନିକ ଓଡ଼ିଶା)ରାଗି ଗଲେ ନର୍ସ ଦିଦି କଚାଡି ଭାଙ୍ଗି ଦେଲେ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଅଭିଯୋଗ ହୋଇଛି। ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ । ଆଜି ସକାଳେ ମାଲକାନଗିରି ମୁନିସିପାଲିଟି କଲୋନୀର ରାଜା ବାଘ ନାମକ ଜଣେ ଯୁବକ ନିଜ ଭଉଣୀ ଅଞ୍ଜୁ ବାଘକୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟକୁ ଯାଇଥିଲେ । ଅଞ୍ଜୁ ପେଟ ବଥାରେ ଛଟ ପଟ ହେଉଥିବା ବେଳେ ଡାକ୍ତର ତୁରନ୍ତ ତାଙ୍କୁ ଚତୁର୍ଥ ମହଲାରେ ଥିବା ମେଡିସିନ୍ ୱାଡରେ ଭର୍ତ୍ତି ହେବା ଲାଗି ରେଫର କରିଥିଲେ । ହେଲେ ରୋଗୀଙ୍କୁ ନେଇ ସେଠାରେ ପହଞ୍ଚିଲା ବେଳକୁ କୌଣସି ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ନଥିଲେ । ନିକଟରେ ଥିବା ଅନ୍ୟ ଏକ ରୁମରେ ମୁନମୁନ ବିଶ୍ବାସ ନାମକ ଜଣେ ନର୍ସ ଉପସ୍ଥିତ ରହିଥିବା ବେଳେ ରୋଗୀଙ୍କ ସଂପର୍କୀୟ ତାଙ୍କୁ ଡାକିଥିଲେ । ହେଲେ ଦିଦି ଜଣକ ମୋବାଇଲ ଦେଖିବାରେ ଏତେ ବ୍ୟସ୍ତ ଥିଲେ ଯେ ମୋତେ ବିରକ୍ତ କାହିଁକି କରୁଛ ବୋଲି କହି ରୋଗୀଙ୍କ ସଂପର୍କୀୟଙ୍କ ମୋବାଇଲ କଚାଡି ଭାଙ୍ଗି ଦେଇଛନ୍ତି । କେବଳ ଏତିକି ନୁହେଁ ଘଟଣା ପରେ ନିଜ ସ୍ବାମୀଙ୍କୁ ଡାକି ଡାକ୍ତରଖାନା ଭିତରେ ରୋଗୀଙ୍କ ସଂପର୍କୀୟଙ୍କୁ ଧକ୍କା ମାରିଛନ୍ତି ନର୍ସ ଦିଦି। ମାନସିକ ସ୍ତରରେ ଅସ୍ଥିର ଥିବା ସମ୍ପର୍କୀୟଙ୍କୁ ଏଭଳି ବ୍ୟବହାର ଆଦୌଁ ପାଉନି।ରୋଗୀ ଏବଂ ସମ୍ପର୍କୀୟଙ୍କ ଦୁର୍ବଳ ମାନସିକତାକୁ ସମ୍ମାନ ଦେବା ସେବିକାଙ୍କ ପ୍ରଥମ କର୍ତ୍ତବ୍ୟ। କିଏ କେଉଁ ମାନସିକ ଅବସ୍ଥାରେ ଡାକ୍ତରଖାନାକୁ ଆସୁଛନ୍ତି କିନ୍ତୁ ଯଦି ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ କିମ୍ବା ସେବିକା ତାଙ୍କୁ ଏପରି ବ୍ୟବହାର ଦେଖାନ୍ତି ତେବେ ଏହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ଏହା ବ୍ୟତୀତ ଅଭିଯୋଗକାରୀଙ୍କ କହିବାନୁଯାୟୀ ଜଣେ ସରକାରୀ କର୍ମଚାରୀଙ୍କ ଘଟଣାରେ ତାଙ୍କର ସ୍ବାମୀ ଅବା ଅନ୍ୟ କେହି ସମ୍ପର୍କୀୟଙ୍କ ହସ୍ତକ୍ଷେପ ସମ୍ପୂର୍ଣ୍ଣ ଆଇନ ବିରୋଧି।ଏଣୁ ଉଦାହରଣ ସୃଷ୍ଟି ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପର୍କୀୟ ତଥା ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି।ଘଟଣା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଙ୍କ ପାଖରେ ଅଭିଯୋଗ ହେବା ପରେ ସେ କହିଛନ୍ତି ଯେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବ୍ରଜବନ୍ଧୁ ଦାଶ କହିଛନ୍ତି। ତେବେ ଏଭଳି ସମ୍ବେଦନଶୀଳ ଘଟଣାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତଦନ୍ତ କେବେ ଆଉ କିପରି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…