ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡ଼ ରାଜ୍ୟର ପଡୋଶୀ ମହାରାଷ୍ଟ୍ର ରାଜ୍ୟ ଗଡଚିରୋଲି ପୁଲିସ ଏବଂ ସିଆରପିଏଫ୍ ବାହିନୀ ନିକଟରେ ଦୁଇ ସକ୍ରୀୟ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପିତ ନକ୍ସଲ ମାନେ ହେଲେ ଭୈରମଗଡ LOS କମାଣ୍ଡର ବରୁଣ ରାଜ ଓରଫ ଉଙ୍ଗା ଏବଂ ରୋଶନି ବିଜୟା।ଉଭୟ ସ୍ୱାମୀ ସ୍ତ୍ରୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଉଭୟ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାର ଭୈରମଗଡ ଏରିଆ କମିଟିର ସଦସ୍ୟ ରହିଥିବା ଜଣାପଡିଛି।ଏହି ଦୁଇ ନକ୍ସଲ ଦୀର୍ଘ ଦିନ ଧରି ପ୍ରତିବନ୍ଧିତ ସିପିଆଇ ମାଓବାଦୀ ସଂଗଠନରେ ସକ୍ରୀୟ ରହିଥିଲେ। ଅତୀତରେ ଦୁହେ ଅନେକ ମାଓ ହିଂସାରେ ସାମିଲ ଥିଲେ। ସରକାରୀ ସମ୍ପତ୍ତି ନଷ୍ଟ କରିବା , ପୁଲିସ ସହ ଗୁଳି ବିନିମୟ , ନିଆଁ ଲଗାଇବା , ଅପହରଣ, ହତ୍ୟା, ଲୁଟ ଏବଂ ସରକାର ବିରୋଧୀ ଘଟଣାରେ ସିଧାସଳଖ ଅଂଶଗ୍ରହଣ କରିଥିବା ପୁଲିସ କହିଛି। ଦୁଇ ଜଣଙ୍କ ବିରୁଦ୍ଧରେ ଅନେକ ମାମଲା ରହିଛି ବୋଲି ପୁଲିସ ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା। ମହାରାଷ୍ଟ୍ର ସରକାର ତରଫରୁ ନକ୍ସଲ ଥଇଥାନ ଏବଂ ପୁନର୍ବାସ ନୀତି ଅନୁଯାୟୀ ଉଭୟଙ୍କୁ ୧.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ତେବେ ସେମାନେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ରାଜ୍ୟର ସୁକୁମା ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ମହାରାଷ୍ଟ୍ର ଗଡଚିରୋଲି ପୁଲିସ ନିକଟରେ ଯାଇ ଆତ୍ମସମର୍ପଣ କରିଥିବା ଗଡଚିରୋଲି ପୁଲିସ କହିଛି।
ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…