ଚାରି ନକ୍ସଲଙ୍କ ଆତ୍ମସମର୍ପଣ ; ଏକ ନକ୍ସଲ ମୃତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ବସ୍ତର ସଂଭାଗର ଦନ୍ତେୱାଡା ଜିଲ୍ଲାରେ ଚାରି ଜଣ ନକ୍ସଲ ଆତ୍ମସମର୍ପଣ କରିଥିବାବେଳେ ସୁକମା ଜିଲ୍ଲାର ପୋଲିସ ଜଣେ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଛି।ଦନ୍ତେୱାଡା ଜିଲ୍ଲାର ପୁଲିସର ଲୋନ୍ ଭାରାଟୁ ଅଭିଯାନରେ ଅନୁପ୍ରାଣିତ ହୋଇ ୪ ଜଣ ଇନାମୀ ନକ୍ସଲ ମଙ୍ଗଳବାର ଦିନ ଦନ୍ତେୱାଡାରେ ଆତ୍ମସମର୍ପଣ କରିଛନ୍ତି।ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ଦରଭା ଡିଭିଜନ୍ ଆକ୍ସନ୍ ଟିମ୍ ସଦସ୍ୟ କୋସା ମାଡଭି ଓରଫ ବୁର୍କା , ପ୍ଲାଟୁନ୍ ନମ୍ବର ୩୧ ସଦସ୍ୟ ଜନଓ୍ବରି ଓରଫ ଶଙ୍କର ପୋଡିୟମ୍, ଗୁଡ୍ ଆରପିସି ଡାକମେସ୍ ସଭାପତି ହାଣ୍ଡା ଓରଫ ଜୋନି ମାଡଭି, ରେଭାଲୀ ପୋର୍ଡେମ ଆରପିସି କେଏମ୍ଏସ୍ ସଭାପତି, ମାଲାଙ୍ଗିର୍ ଏରିଆ କମିଟି, ପୋଜେ ନୁପୋ। ଏହି ଚାରି ଇନାମୀ ନକ୍ସଲଙ୍କ ମୁଣ୍ଡ ଉପରେ ମୋଟ ୬ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ଆତ୍ମସମର୍ପଣ ସମୟରେ ଡିଜି କମଲୋଚାନ୍ କାଶ୍ୟପ, ସିଆରପିଏଫ୍ ଡିଜି ରାକେଶ କୁମାର, ପୋଲିସ ଅଧୀକ୍ଷକ ଗୌରବ ରାୟ, ୧୧୧ ସିଆରପିଏଫ୍ କମାଣ୍ଡାଣ୍ଟ ନୀରଜ ଯାଦବ, ଦ୍ୱିତୀୟ କମାଣ୍ଡିଂ ଅଫିସର ଅନୀଲ କୁମାର ଝା, ସିଆରପିଏଫ୍ ରେଞ୍ଜ ଦନ୍ତେୱାଡା, ଦ୍ୱିତୀୟ କମାଣ୍ଡିଂ ଅଫିସର ବିବେକ କୁମାର ସିଂ, ୨୩୦ ସିଆରପିଏଫ୍ ଅନୀଲ ଶେଖୱାତଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଦନ୍ତେୱାଡା ଜିଲ୍ଲାରେ ଭାରାଟୁ ଅଭିଯାନରେ ଦ୍ବାରା ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨ ଇନାମୀ ସହ ମୋଟ ୮୭୭ ନକ୍ସଲ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସେହିପରି ଅନ୍ୟ ଏକ ଘଟଣାରେ ସୁକୁମା ପୁଲିସ ଜଣେ ନକ୍ସଲଙ୍କୁ ମାରିବାରେ ସଫଳ ହୋଇଛି। ସୁକୁମା ଜିଲ୍ଲା ଭେଜି ଥାନା ଅନ୍ତର୍ଗତ ପାମଲୁର ଗାଁ ନିକଟସ୍ଥ ଜଙ୍ଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ନକ୍ସଲକୁ ପୁଲିସ ମାରିଥିବା ଜଣାପଡିଛି। ତେବେ ମୃତ ନକ୍ସଲର ପରିଚୟ ଏବେ ସୁଦ୍ଧା ମିଳି ପାରିନାହିଁ।

  • Related Posts

    ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…

    ପୁଲିସ ଇନଫର୍ମର ଅଭିଯୋଗରେ ଯୁବକଙ୍କୁ ହତ୍ୟା କଲେ ନକ୍ସଲ।

    ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଇନଫର୍ମର ଅଭିଯୋଗରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ନକ୍ସଲ।ସୁରକ୍ଷାବାହିନୀ ଦ୍ୱାରା କ୍ରମାଗତ ଭାବେ ମାଟି କାମୁଡୁଥିବା ନକ୍ସଲମାନେ ଏବେ ସ୍ଥାନୀୟ ଗ୍ରାମବାସୀଙ୍କ ଉପରେ ନିଜ ଆକ୍ରୋଶର…

    Leave a Reply

    Your email address will not be published. Required fields are marked *

    You cannot copy content of this page