ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ଚଳିତ ମାସ ୧୦ ତାରିଖରେ ବ୍ଲକର ୪ଟି ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ପତ୍ର ସଂଖ୍ୟା:- ୩୪୪୧/୨୪ ରେ ସର୍ବମୋଟ ୪୬ ଲକ୍ଷ ୫୦ ହଜାର ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ବିଜ୍ଞାପନ ଅନୁଯାୟୀ ୧୨/୦୮/୨୪ ରୁ ୨୨/୦୮/୨୪ ତାରିଖ ପର୍ଯ୍ୟନ୍ତ ଉକ୍ତ ଟେଣ୍ଡର ନିମନ୍ତେ ଟେଣ୍ଡର ପେପର ବିକ୍ରି କରାଯାଇଥିଲା, କିନ୍ତୁ ଶେଷ ଦିନ ଅର୍ଥାତ ୨୨ ତାରିଖ ଅପରାହ୍ନରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଠିକାଦାର ବ୍ଲକ ପରିସର ମଧ୍ୟରେ ଏକତ୍ରିତ ହୋଇ ସରକାରଙ୍କ ଟେଣ୍ଡର ନିୟମକୁ ଅଣଦେଖା କରି ଉକ୍ତ ଟେଣ୍ଡର ଗୁଡିକୁ ଫିକ୍ସିଂ କରି ଆପୋଷ ବୁଝାମଣା ରେ ନିଜ ମନ ମୁତାବକ ଏକ ବେଆଇନ କମିଟି ଗଠନ କରି ଲକ୍ଷାଧିକ ଟଙ୍କା ଆଦାୟ କରି ମୌଖିକ ଭାବେ କାର୍ଯ୍ୟାଦେଶ ବଣ୍ଟନ କରିବା ସହ ନିଜ ନିଜ ମଧ୍ୟରେ ଟଙ୍କା କାରବାରକୁ ନେଇ ଗଣ୍ଡଗୋଳ କରୁଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଭିଡିଓ ରେ ପୂର୍ବ ଟେଣ୍ଡର ଫିକ୍ସିଂ ଗୁଡିକର ଅର୍ଥରାଶିକୁ ନେଇ ନିଜ ନିଜ ମଧ୍ୟରେ ବିଡ଼ିଓଙ୍କ କାର୍ଯ୍ୟାଳୟ ବାହାରେ ଠିକାଦାର ମାନଙ୍କ ମଧ୍ୟରେ ଅଶ୍ଳୀଳ ଭାଷା ପ୍ରୟୋଗ ସହ ହତାହାତି ହୋଇଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ପ୍ରତ୍ୟେକ ଟି କାର୍ଯ୍ୟରେ ୩ ଜଣ ଲେଖାଏଁ ଠିକାଦାର ଟେଣ୍ଡର ପେପର କିଣିଥିବା ବେଳେ ଅନ୍ୟ ଠିକାଦାର ମାନଙ୍କୁ ମୋଟା ଅଙ୍କର ଅର୍ଥ କିମ୍ବା ଗୁଣ୍ଡା ରଖି ଭୟ ଦେଖାଇ ଟେଣ୍ଡର ପେପର କିଣିବାକୁ ଦିଆଯାଇନଥିବା ସୂଚନା ମିଳିଛି। ତେବେ ଅନ୍ୟ ଜିଲ୍ଲା ମାନଙ୍କରେ ଟେଣ୍ଡର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହେଉଥିବା ବେଳେ ଏଠି ଅଫଲାଇନ ମାଧ୍ୟମରେ ଟେଣ୍ଡର କାହା ନିର୍ଦ୍ଦେଶରେ ହେଉଛି ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ କେବଳ ଏହି ଗୋଟିଏ ଟେଣ୍ଡର ନୁହେଁ ବ୍ଲକର ପ୍ରତ୍ୟେକ ଟେଣ୍ଡର ରେ ବାଲିମେଳା ଏବଂ କୋରୁକୋଣ୍ଡା ଅଞ୍ଚଳର ହାତ ଗଣତି କିଛି ଠିକାଦାର ଏହି ଅଫଲାଇନ ଟେଣ୍ଡରରେ ଅଂଶଗ୍ରହଣ କରି ନିଜ ନିଜ ମଧ୍ୟରେ କାମ ବିକ୍ରି କରି ସରକାର ଙ୍କ ଟିକସ ଟଙ୍କାକୁ ଫାଙ୍କିବାକୁ ଯାଇ ନିଜ ନିଜ ମଧ୍ୟରେ ଏପରି ଲକ୍ଷାଧିକ ଟଙ୍କା ବାଣ୍ଟି ଟେଣ୍ଡର କାର୍ଯ୍ୟ ହାତେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଟେଣ୍ଡର ପ୍ରକ୍ରିୟାକୁ ତୁରନ୍ତ ବାତିଲ କରିବା ସହ ଆଗାମୀ ଦିନରେ ବ୍ଲକ ରେ ଟେଣ୍ଡର ପ୍ରକ୍ରିୟା ସରକାରୀ ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ହେବା ସହ କଡା ସୁରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ନିୟୋଜନ ସହ ଫିକ୍ସିଂ ମାମଲାରେ ଜଡିତ ଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏନେଇ ଆମେ କୋରୁକୋଣ୍ଡା ବିଡ଼ିଓ ସୁଜିତ ମିଶ୍ରଙ୍କୁ ପଚାରିବାରୁ ସେ ଏକ ସରକାରୀ କାର୍ଯ୍ୟକ୍ରମରେ ଭିସିରେ ରହିଥିବା ବେଳେ ଏହି କଥା ଜାଣି ନଥିବା କହିଥିଲେ। ଯଦି ଏହି କଥାଟି ସତ ତେବେ ସେ ତୁରନ୍ତ ସମସ୍ତ ଟେଣ୍ଡର ପେପର ଗୁଡିକ ଦେଖି ଟେଣ୍ଡର ପ୍ରକ୍ରିୟା ଖୋଲା ଯିବା ଦିନ ଏହି ଟେଣ୍ଡରକୁ ନିଶ୍ଚୟ ବାତିଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…