
ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ) ମାଲକାନଗିରି ଜିଲ୍ଲାର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ପତାକା ଉତ୍ତୋଳନ କରିବା ସହିତ ସ୍ୱାଧୀନତାର ମହତ୍ତ୍ୱ ଓ ଆଦର୍ଶ ସଂପର୍କରେ ବକ୍ତବ୍ୟ ରଖିଥିଲେ। ସେହିପରି ଅଧ୍ୟାପକ ଅଧ୍ୟାପିକା ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ ପୂର୍ବକ ସ୍ୱାଧୀନତା ଦିବସର ଗୁରୁତ୍ୱ ସଂପର୍କରେ ପିଲାମାନଙ୍କୁ ଅବଗତ କରାଇଥିଲେ। ପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଆଖପାଖ ଗାଁରେ ତ୍ରିରଙ୍ଗା ପତାକା ଧରି ରାଲି କରିଥିଲେ। ପରେ ଓଡ଼ିଶା ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କଲେଜ ପରିଦର୍ଶନ ପାଇଁ ପହଞ୍ଚିଥିଲେ। ସାଥିରେ ଥିଲେ ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡକାମୀ , ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ , ଏସପି ନୀତିଶ ୱାଦୱାନୀ , ଏଡିଏମ ବେଦବର ପ୍ରଧାନ , ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଡ. ଗୋପାଲ ହାଲଦାର ଉପସ୍ଥିତ ଥିଲେ। ଶିକ୍ଷାମନ୍ତ୍ରୀ ଏବଂ ଅନ୍ୟ ଅତିଥିଙ୍କୁ ଆଦିବାସୀ ନୃତ୍ୟ ସଂଗୀତ ପରିବେଷଣ ପୂର୍ବକ ସ୍ୱାଗତ କରାଯାଇଥିଲା। ସଭା ଆରମ୍ଭ ପୂର୍ବରୁ ଅତିଥିମାନେ ଭାରତମାତା ଓ ମହାପୁରୁଷଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମୁଖ୍ୟ ଆକର୍ଷଣ ଶିକ୍ଷାମନ୍ତ୍ରୀ କଲେଜର ଉନ୍ନତିମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ। ସଭାରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାକୁ ବାଣିଜ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ପ୍ରସନ୍ନ କୁମାର ବରାଳ ପରିଚାଳନା କରିଥିବା ବେଳେ ଗଣିତ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ସୂର୍ଯ୍ୟକାନ୍ତ ପାଲ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସହିତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।