ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ମାଲକାନଗିରି ବନ୍ଦ ଡାକରା।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି ମିଳିତ କ୍ରିୟାନୁଷ୍ଠିକ କମିଟି । ଯାହାକୁ ସମର୍ଥନ କରୁଛି ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ , ବଙ୍ଗାଳୀ ସମାଜ , ଅନୁସୂଚିତ ଜାତି , ଜନଜାତି ସଂଘ ଓ ସମସ୍ତ ରାଜନୈତିକ ଦଳ।ବନ୍ଦ ଡାକରା ଯୋଗୁଁ ଜିଲ୍ଲାରେ ଯାନ ବାହାନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ରହିଥିବାବେଳେ ଦୋକାନ ବଜାର ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ବିଭିନ୍ନ ଛକରେ ଲୋକେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବେଳେ ଆରମ୍ଭ ହୋଇଥିଲା ବିବାଦ। ବୁଟିଗୁଡ଼ା ବିଦ୍ୟାଳୟ ଠାରେ ଶିକ୍ଷକ ନିଯୁକ୍ତିର ଚୁକ୍ତିନାମା ସାକ୍ଷର ବେଳେ ଏହାକୁ ବିରୋଧ କରିଥିଲେ ଜିଲ୍ଲାବାସୀ‌। ଏପରିକି ବିରୋଧ କରିବା ସହିତ ନିଯୁକ୍ତି ଦାବିନେଇ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ନୂଆ ନିଯୁକ୍ତି ପାଇଥିବା ବାହାର ଜିଲ୍ଲାର ଯୁବକଯୁବତୀ ମାନଙ୍କୁ ବିରୋଧ କରିବା ସହ ଗେଟ ଭିତରକୁ ପଶେଇ ଦେଇନଥିଲେ ମାଲକାନଗିରି ଲୋକେ। ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ପାଇଁ ବର୍ଷ ବର୍ଷ ଧରି ଦାବି ହୋଇଥିଲେ ମଧ୍ୟ ସରକାର ଧ୍ୟାନ ଦେଉନଥିବା ମାଲକାନଗିରି ବାସୀ ଅଭିଯୋଗ କରିଛନ୍ତି । ସରକାର ଜିଲ୍ଲା ଭିତ୍ତିକ ନିଯୁକ୍ତି ନଦେବାରୁ ବାହାର ଜିଲ୍ଲାରୁ ପିଲାଏ ଏଠାରେ ଆସୁଛନ୍ତି । ପରେ ଶିକ୍ଷକ ନିଯୁକ୍ତି ପାଇବାର କିଛି ବର୍ଷ ରହିବା ପରେ ପୁଣି ସେମାନେ ଏଠାରୁ ଟ୍ରାନ୍ସଫର ନେଇ ନିଜ ଜିଲ୍ଲାକୁ ଚାଲିଯାଇଥିବା ଅଭିଯୋଗ ହୋଇଛି । ଚାକିରି ନପାଇ ମାଲକାନଗିରି ଜିଲ୍ଲା ପିଲା ପଡ଼ୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲ୍ଲାରେ ଗୃପ ସି ଏବଂ ଗୃପ ଡି ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ଦାବି କରାଯାଉଥିବା କହିଛନ୍ତି କ୍ରିୟାନୁଷ୍ଠାନ କମିଟି ଉପଦେଷ୍ଟା ପ୍ରଭାକର ହନ୍ତାଳ। ଆଜିର ଏହି ବନ୍ଦ ଡ଼ାକରାକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଥିବାର ଦେଖିବାକୁ ମିଳିଛି। ଏହି ଅବସରରେ ସଭାପତି ଜାରାଶବର ମାଢ଼ି, କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ, ଉପଦେଷ୍ଟା ପ୍ରଭାକର ହନ୍ତାଳ, ଉପଦେଷ୍ଟା ଘନଶ୍ୟାମ ମାଡକାମି, ଉପସଭାପତି ଘେନୁ ମୁଦୁଲି,ସଂଯୋଜକ ଡମ୍ବୁରୁ ଭାଘ, ମୁକା ମାଢ଼ି, ସନାତନ କାବାସିପ୍ର ମୁଖଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page