ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ମାଆ ଜଗତ ଜନନୀଙ୍କ ନବରାତ୍ର ପୂଜାର ଶୁକ୍ରବାର ଦ୍ୱିତୀୟ ଦିନରେ ବିଭିନ୍ନ ଦେବୀ ପୀଠରେ ଚାଲିଛି ପୂଜାର୍ଚ୍ଚନା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡା, ମା’ବରାଳ ଦେବୀ ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ନବରାତ୍ର ପୂଜା ଚାଲିଛି l ଶୁକ୍ରବାର ଦ୍ୱିତୀୟ ଦିନରେ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଛି । ସେଥିପାଇଁ ସମଗ୍ର ବାଲିଗୁଡା ହୋଇ ଉଠିଛି ଚଳଚଞ୍ଚଳ । ବିଶ୍ଵାସ ଅଛି ମା’ଙ୍କୁ ଦର୍ଶନ କଲେ ମନର ମାନସିକ ପୂରଣ ହୋଇଥାଏ । ଆଜି ନବରାତ୍ରର ଦ୍ୱିତୀୟ ଦିନରେ ମାଆଙ୍କ ଦର୍ଶନ କରିବାକୁ ଧାଇଁ ଆସିଛନ୍ତି ଭକ୍ତ । ରାସ୍ତାର ଦୁଇ ପାର୍ଶ୍ଵ ରେ ଥିବା ମା’ପାଟଖଣ୍ଡା ଦୁର୍ଗାପୂଜା ସମିତିର ମାର୍କେଟର ଆରମ୍ଭ ଓ ଶେଷରେ ଶ୍ରୀରାମ ମନ୍ଦିର ତୋରଣ ସବୁଠାରୁ ଆକର୍ଷଣୀୟ ହୋଇପାରିଛି, ସେହିପରି ମା’ବରାଳ ଦେବୀ ମନ୍ଦିର ପରିଚାଳନା କମିଟି ଓ ବନ୍ଧସାହିରେ ଠିକାଦାର ସଂଘ ପକ୍ଷରୁ ମଧ୍ୟ ପ୍ରବେଶ ପଥ ଓ ପ୍ରସ୍ଥାନ ପଥରେ ସୁସଜ୍ଜିତ ତୋରଣ ମନଲୋଭା ହୋଇପାରିଛି l ଦଶହରା ଶେଷ ପର୍ଯ୍ୟନ୍ତ ଗହଳି ହେଉଥିବା ଦୃଷ୍ଟିରୁ ବାଲିଗୁଡା ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ ପୁଲିସ ମୁତୟନ କରାଯାଇ କଡା ପହରା ବ୍ୟବସ୍ଥା ଗ୍ରହଣ କରାଯାଇଛି l
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…