ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ପୁଲିସକୁ ପୁଣି ଏକ ସଫଳତା। ଗଞ୍ଜେଇ ବେପାରୀ ଘରେ ଗଚ୍ଛିତ କରି ରଖିଥିବା ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଜଣକୁ ଗିରଫ କରିଛି ଓର୍କେଲ ପୁଲିସ। ଗିରଫ ଅଭିଯୁକ୍ତ ହେଲେ ଓର୍କେଲ ଥାନା ଅନ୍ତର୍ଗତ ସୋମନାଥ ପୁର ପଞ୍ଚାୟତ ନୂଆଗୁଡା ଗାଁର କରନ ଶିଶା। ଗତ ଏପ୍ରିଲ ମାସରେ ୫୦ କେଜି ଗଞ୍ଜେଇ ନିଜ ଘର ନିକଟସ୍ଥ କୌଣସି ଏକ ସ୍ଥାନରେ ଲୁଚାଇ ରଖିଥିବା ସୂଚନା ପାଇ ପରେ ପୁଲିସ ତରଫରୁ ଚଢ଼ାଉ କରାଯାଇଥିଲା। ପୁଲିସର ଚଢ଼ାଉରେ ୫୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଅଭିଯୁକ୍ତ କରନ ଶିଶା ପୁଲିସ ଆସିବା ଜାଣିପାରି ସେଠାରୁ ଫେରାର ହୋଇଯାଇଥିଲା। ଦୀର୍ଘ ଦିନ ଫେରାର ରହିଥିବା କରନ ଗୁରୁବାର କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟରେ ବୁଲୁଥିବା ପୁଲିସକୁ ସୂଚନା ମିଳିବା ପରେ ସେଠାରୁ ତାକୁ ଗିରଫ କରି ଥାନାକୁ ଆଣିଥିଲା ଓର୍କେଲ ପୁଲିସ।ଏ ସଂକ୍ରାନ୍ତରେ ଏକ ଏନଡିପିଏସ ମାମଲା ରୁଜୁ କରିବା ପରେ ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯାଇଥିବା ଥାନା ଅଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…