ମାଲକାନଗିରି ପୁଲିସକୁ ନକଲି ମାଓବାଦୀ ଧରିବାରେ ମିଳିଛି ବଡ ସଫଳତା। ନିଜକୁ ମାଓବାଦୀ ପରିଚୟ ଦେଇ ବଟି ଆଦାୟ କରୁଥିଲା ନକଲି ମାଓବାଦୀ।ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟ ସଂସ୍ଥାର ମାଲିକ ମାନଙ୍କୁ ଭୟ ଦେଖାଇ ଅର୍ଥ ଆଦାୟ କରୁଥିବା ଜଣେ ନକଲି ମାଓବାଦୀକୁ ମାଲକାନଗିରି ଆଦର୍ଶ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମାଲକାନଗିରି ଏସ୍.ଡି.ପି.ଓ ସଚିନ ପଟେଲ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନାନୁସାରେ କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଂଚାୟତ ଅନ୍ତର୍ଗତ ଏମ୍.ଭି. ୧୦୦ ଗ୍ରାମର ଅନିଲ ବର୍କନ୍ଦାଜ ନାମକ ବ୍ୟକ୍ତିଙ୍କୁ ଗତ ଏପ୍ରିଲ ୪ ତାରିଖରେ ଜଣେ ବ୍ୟକ୍ତି ହ୍ୱାଟ୍ସପ୍ ନମ୍ବରରେ ଫୋନ କରି ନିଜକୁ ମାଓବାଦୀ ବୋଲି କହିବା ସହ ତାଙ୍କ ନାମ ଆର୍. ରାଜେଶ୍ୱର ତରାଇ ବୋଲି ପରିଚୟ ଦେଇ ୫ ହଜାର ଟଙ୍କା ପଠାଇବାକୁ କହିଥିଲ। ଟଙ୍କା ନ ପଠାଇଲେ ତୁମକୁ ହତ୍ୟା କରିବି ବୋଲି ଧମକ ମଧ୍ୟ ଦେଇଥିଲ। ପୁନର୍ବାର ଗତ ଅଗଷ୍ଟ ୯ ତାରିଖ ଦିନ ଅନ୍ୟ ଏକ ନମ୍ବରରେ ଅନିଲଙ୍କୁ ଫୋନ୍ କରି ୨ ହଜାର ଟଙ୍କା ପଠାଇବାକୁ କହିଥିଲେ। ଉକ୍ତ ଦିନ ଅନିଲ ମାଲକାନଗିରି ଥାନାରେ ଏ ସମ୍ବନ୍ଧରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ଦୁଇଟି ଫୋନ୍ ନମ୍ବର ମଧ୍ୟ ପୁଲିସକୁ ଦେଇଥିଲ। ଅଭିଯୋଗ କାରୀଙ୍କ ଅଭିଯୋଗକୁ ଆଧାର କରି ମାଲକାନଗିରି ପୁଲିସ ତଦନ୍ତ ଆରମ୍ଭ କରିବାକୁ ଯାଇ ଉକ୍ତ ଫୋନ୍ ନମ୍ବରକୁ ଗୁଗୁଲ ସର୍ଚ୍ଚ କରିଥିଲେ। ତଦନ୍ତରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଲକ୍ଷାଧିକ ଟଙ୍କା ମାଓବାଦୀ ନାମରେ ନେଇଥିବା ପୁଲିସ ଜାଣିବାକୁ ପାଇଥିଲେ। ପୁଲିସର ଛାନଭିନରେ ଉକ୍ତ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଥିବା ଜାଣି ମାଲକାନଗିରି ପୁଲିସ ତାଙ୍କୁ ଖୋର୍ଦ୍ଧାରୁ ଗିରଫ କରି ଆଣିଥିଲେ। ତାଙ୍କ ନିକଟରୁ ତିନୋଟି ମୋବାଇଲ,ତିନୋଟି ଏଟିଏମ କାର୍ଡ, ଗୋଟିଏ ପେନ ଡ୍ରାଇଭ ଓ ଗୋଟିଏ ପକେଟ ଖାତା ମଧ୍ୟ୍ୟ ଜବତ କରାଯାଇଛି। ଘଟଣାର କରିବାରୁ ଉକ୍ତ ବ୍ୟକ୍ତି ପୁରୀ ଜିଲ୍ଲା ରଘୁନାଥପୁର ଗ୍ରାମର ସନ୍ତୋଷ କୁମାର ମହାନ୍ତି ବୋଲି ଜାଣିବାକୁ ପାଇଥିଲା ପୁଲିସ। ଏନେଇ ମାଲକାନଗିରି ଥାନା କେଶ ନଂ. ୪୮୪ ତାରିଖ ୨୨.୦୮.୨୦୨୪ ପ୍ରକାରେ ମାମଲା ରୁଜୁ କରି ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ଶ୍ରୀ ପଟେଲ ସୁଚନା ଦେଇଛନ୍ତି। ପ୍ରକାଶ ଥାଉକି ଉକ୍ତ ଆସାମୀଙ୍କ ନାମରେ ପୂର୍ବରୁ ମୋଟୁ ଥାନା କେଶ୍ ନଂ ୧୧୨ ତା. ୧୯.୦୮.୨୦୨୪ ରିଖରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ କୋରୁକୋଣ୍ଡା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ, ମାଲକାନଗିରି ଥାନା ଏସ୍.ଆଇ ଅମିତ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ।
କନ୍ଧମାଳ ଜିଲ୍ଲା ବିଜେଡି ସଭାପତିଙ୍କ ଦଳରୁ ଇସ୍ତଫା।
କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଅଙ୍ଗଦ କହଁର ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀକହଁର ଗତ ୨୦୨୪ ମାର୍ଚ୍ଚ ରୁ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ । ତେବେ ବୟସ…