ପୁଲିସ ଇନଫର୍ମର ଅଭିଯୋଗରେ ନକ୍ସଲ ପ୍ରଜାକୋର୍ଟରେ ଯୁବକକୁ ହତ୍ୟା।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ଭୈରମଗଡ ଇଲୋ ଠାରେ ନକ୍ସଲମାନେ ଏକ ପ୍ରଜାକୋର୍ଟର ଆୟୋଜନ କରି ଯୁବକଙ୍କୁ କଲେ ହତ୍ୟା। ପୁଲିସ ଇନଫର୍ମର ଅଭିଯୋଗରେ ନକ୍ସଲମାନେ ଯୁବକଙ୍କୁ ହତ୍ୟା ଦଣ୍ଡରେ ଦଣ୍ଡିତ କରିଛନ୍ତି। ନକ୍ସଲ ସଂଗଠନର ଭୈରମଗଡ ଏରିଆ କମିଟି ଏକ ପୋଷ୍ଟର ଜାରି କରି ଯୁବକଙ୍କୁ ପୁଲିସ ଇନଫର୍ମର ଅଭିଯୋଗରେ ହତ୍ୟା କରାଯାଇଛି ବୋଲି ନିଜକୁ ଦାୟୀ କରିଛି।

ମିଳିଥିବା ସୂଚନାନୁସାରେ, ନକ୍ସଲମାନେ ରବିବାର ଦିନ ଭୈରମଗଡ ଅଞ୍ଚଳରେ ଏକ ଜନ ଅଦାଲତର ଆୟୋଜନ କରିଥିଲେ। ଯେଉଁଠି ନକ୍ସଲ ମାନେ ଭୈରମଗଡର ଜୈଗୁର ନିବାସୀ ସିତୁ ମାଣ୍ଡବୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସିତୁ ମାଣ୍ଡାବି ୨୦୨୧ ପରଠାରୁ, ପୁଲିସ ପାଇଁ ଇନଫର୍ମର ଭାବେ କାର୍ଯ୍ୟ କରିଆସୁଥିଲେ। ସଂଗଠନର ରଣନୀତି ଏବଂ ଗତିବିଧି ସମ୍ପର୍କରେ ପୁଲିସକୁ ସୂଚନା ଦେଉଥିବାରୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ପୋଷ୍ଟରରେ ଅପରେସନ ‘ କଗାର ‘କୁ ବନ୍ଦ କର , ଫାସିବାଦ ବିରୁଦ୍ଧରେ ସଂଘର୍ଷ କର , ମିଥ୍ୟା ଏନକାଉଣ୍ଟର ବନ୍ଦ କର ଭଳି ଉଲ୍ଲେଖ ରହିଛି।

  • Related Posts

    କନ୍ଧମାଳ ଜିଲ୍ଲା ବିଜେଡି ସଭାପତିଙ୍କ ଦଳରୁ ଇସ୍ତଫା।

    କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଅଙ୍ଗଦ କହଁର ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀକହଁର ଗତ ୨୦୨୪ ମାର୍ଚ୍ଚ ରୁ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ । ତେବେ ବୟସ…

    ଅସଲି କାରନାମା କରି ନକଲି ମାଓବାଦୀ ପୁଲିସ କବଜାରେ।

    ମାଲକାନଗିରି ପୁଲିସକୁ ନକଲି ମାଓବାଦୀ ଧରିବାରେ ମିଳିଛି ବଡ ସଫଳତା। ନିଜକୁ ମାଓବାଦୀ ପରିଚୟ ଦେଇ ବଟି ଆଦାୟ କରୁଥିଲା ନକଲି ମାଓବାଦୀ।ଜିଲ୍ଲାର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟ ସଂସ୍ଥାର ମାଲିକ ମାନଙ୍କୁ ଭୟ ଦେଖାଇ ଅର୍ଥ ଆଦାୟ କରୁଥିବା ଜଣେ ନକଲି…

    Leave a Reply

    Your email address will not be published. Required fields are marked *

    You cannot copy content of this page