ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର ନକ୍ସଲବାଦ ବିରୋଧରେ ଯବାନଙ୍କ ବଡ଼ ସଫଳତା। ଦୁଇଜଣ ଇନାମୀ ନକ୍ସଲମାନେ ପୁଲିସ ଏବଂ ସିଆରପିଏଫ୍ ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି।ରାଜ୍ୟରେ ନକ୍ସଲ ସଂଗଠନ ବିରୁଦ୍ଧରେ ସୁରକ୍ଷା ବାହିନୀ ଦ୍ୱାରା ଜାରି ଅପରେସନ୍ ଏବଂ ମାଓବାଦୀଙ୍କ ଆତ୍ମସମର୍ପଣ ଯୋଗୁଁ ଏପରି କଳ୍ପନାଜଳ୍ପନା କରାଯାଉଛି ଯେ ନକ୍ସଲବାଦ ରାଜ୍ୟରୁ ସମ୍ପୂର୍ଣ୍ଣ ରୂପେ ବିଲୋପ ହେବାକୁ ଯାଉଛି।
ସୁକମା ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭେଜି ଜିଲା ସୁକମା ଏବଂ ମାଡାକମ୍ ସନ୍ନା ପିପିସିଏମ୍ ପୁରସ୍କାର ଘୋଷିତ ରାଶି ୮ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଛତିଶଗଡର ନକ୍ସଲବାଦ ବିଲୋପ ଏବଂ ପୁନଃ ଥଇଥାନ ନୀତି ଅନ୍ତର୍ଗତ ଚାଲିଥିବା “ନିୟାଦ ନେଲା ନାୟାର” ଯୋଜନା ଦ୍ୱାରା ପ୍ରଭାବିତ, କ୍ରମାଗତ କ୍ୟାମ୍ପ ଉପରେ ପୁଲିସର ଚାପ ପ୍ରୟୋଗରେ ବୃଦ୍ଧି ଏବଂ ନକ୍ସଲମାନଙ୍କ ଅମାନୁଷିକ , ଭିତ୍ତିହୀନ ଆଦର୍ଶ ଏବଂ ନକ୍ସଲମାନଙ୍କ ଦ୍ୱାରା ନିର୍ଯାତନା ତଥା ଭେଦଭାବ , ସ୍ଥାନୀୟ ଆଦିବାସୀଙ୍କ ପ୍ରତି ହୋଇଥିବା ହିଂସାରେ ଅତିଷ୍ଠ ହୋଇ ଦୁଇ ନକ୍ସଲ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିକାଶ କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ମୁଖ୍ୟ ସ୍ରୋତକୁ ଫେରିବା ପରେ ନକ୍ସଲମାନେ ଖୁସି ବ୍ୟକ୍ତ କରିଛନ୍ତି। ପୁନଃ ଥଇଥାନ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଛତିଶଗଡ ସରକାର ୨୫ ହଜାର ଲେଖାଏଁ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିଡ ବୋଲି ପ୍ରତିଶୃତି ମିଳିଛି। ନକ୍ସଲ ପ୍ରବଣ ଅଞ୍ଚଳରେ ପୁଲିସର ବଢୁଥିବା ପ୍ରଭାବ ଏବଂ ମାଓବାଦୀ ବିଲୋପ ଅଭିଯାନରେ ବୃଦ୍ଧି ଯୋଗୁଁ ଖୁବଶୀଘ୍ର ଲାଲଗଡ ଶେଷ ହବାକୁ ଯାଉଛି।