ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମୋଟୁ ମଧୁସୁଦନ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଗାନ୍ଧି ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ। ସ୍ଥାନୀୟ ମୋଟୁ ମେଡ଼ିକାଲ, ସ୍କୁଲ ଓ ସହର ସବୁ ଅଞ୍ଚଳ ପରିବେଶକୁ ସଫାସୁତୁରା କରିଥିଲେ। ମୂଖ୍ୟ ଅତିଥି ଭାବେ ମୋଟୁ ତହସିଲଦାର୍ ପ୍ରଭାସ ବୁଡୁ ନାୟକ ଉପସ୍ଥିତ ଥିବାବେଳେ ମଧୁସୂଦନ ହାଇସ୍କୁଲ ପ୍ରଧାନଶିକ୍ଷକ ଯୁଧିଷ୍ଟିର ନାୟକ ଓ କ୍ରୀଡ଼ା ଶିକ୍ଷକ ଗୋପାଳ କୃଷ୍ଣ ତ୍ରୀପାଠୀ ନେତୃତ୍ୱରେ ମହାତ୍ମା ଗାନ୍ଧୀ ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ଅହିଂସା ମାର୍ଗକୁ ଆପଣାଇଥିଲେ ବୋଲି ମତପ୍ରକାଶ ପାଇଥିଲା ।ସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ କରିବା ।ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ବରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥିଲା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଉପସ୍ଥିତ ଅତିଥି ମାନେ ଆହୁରି ମଧ୍ୟ କହିଥିଲେ ଯେ ନିଜ ଆଖପାଖ ପରିସର ଯେପରି କି ଘର ପରିସର, ସ୍କୁଲ, ଅଫିସ ପରିସରକୁ ସ୍ବଚ୍ଛ, ପରିଷ୍କାର ରଖିବା, ଗରୀବମାନଙ୍କୁ ସହଯୋଗ କରିବା ଆଦି ଛୋଟ ଛୋଟ ପ୍ରୟାସ କରି ଗାନ୍ଧୀଜୀଙ୍କ ଆଦର୍ଶ କୁ ଅନୁସରଣ କରି ପାରିବା।ସେହିପରି ଗାନ୍ଧିଜୀଙ୍କ ଅଂହିସା, ସତ୍ୟ ଓ ଶାନ୍ତି ମାର୍ଗରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତିଥି ମାନେ ଆହ୍ଵାନ ଦେଇଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…