ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ମହାତ୍ମା ଗାନ୍ଧୀଙ୍କ ୧୫୫ ତମ ଜନ୍ମ ବାର୍ଷିକ ପାଳନ ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଠାରେ ସିଆର୍ ପିଏଫ୍ ୧୨୭ ବାଟାଲିୟନ ତରଫରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଏହି ଅବସରରେ ସିଆରପିଏଫ୍ ର ଜବାନ ମାନେ ବାଲିଗୁଡ଼ା ର ବସଷ୍ଟାଣ୍ଡ , ମନ୍ଦିର, ପାର୍କ ଏବଂ ଦୈନିକ ବଜାର ଅଞ୍ଚଳରୁ ପ୍ଲାଷ୍ଟିକ୍ ଏବଂ ଆବର୍ଜନା ସଫା କରି ହଟାଇଥିଲେ। ସିଆରପିଏଫ୍ ର ଦ୍ୱିତୀୟ କମାଣ୍ଡେଣ୍ଟ, ଅଫିସର ଏବଂ ୧୨୭ ବାଟାଲିୟନର ଜବାନ, ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ | ଚଳିତ ବର୍ଷ ଭାରତ ସ୍ୱଚ୍ଛ ଭାରତ ମିଶନ (ଏସବିଏମ୍) ର ଦଶମ ବାର୍ଷିକ ପାଳନ କରୁଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ପ୍ଲାଷ୍ଟିକ ବିନା ପରିବେଶ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା | ସ୍ଵଚ୍ଛ ଭାରତ ମିଶନର ଦଶମ ବର୍ଷ ପାଳନ ପାଇଁ ଏହି ଅଭିଯାନ ଅଧୀନରେ ବିଭିନ୍ନ କାର୍ଯ୍ୟକଳାପର ଅଗ୍ରଗତି ବିଷୟରେ ସଂଗଠନଗୁଡ଼ିକ ସୂଚନା ଦେଇଥିଲେ | ଅଭିଯାନ ସମୟରେ କରାଯାଇଥିବା ଅଫିସ୍ ପରିସରକୁ ନିୟମିତ ପରିଷ୍କାର କରିବା ସହିତ ‘ଏକ ପେଡ୍ ମା କେ ନାମ ‘ ସ୍ୱଚ୍ଛ ପ୍ରତିଶୃତି , ସଚେତନତା ଅଭିଯାନ ରେ ସାମିଲ ହୋଇଛି l
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…