ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କୁଡୁମୁଲୁଗୁମ୍ମା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗର ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୁଲ୍ୟରେ ସୁରଭି – ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୁରଭି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପରକନମାଳା ସରପଞ୍ଚ ମେନକା ଶିଷା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରମେଶ ଚନ୍ଦ୍ର ନେଲୁରୁ, ଖଇରପୁଟ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ଶିବାନୀ ମୁଦୁଲି,ଓଡ଼ିଆ ଅଧ୍ୟାପିକା ଟୁଲୁ ବିଶ୍ୱାସ, ଶିକ୍ଷକ ତ୍ରିନାଥ ସାହୁ , ଶିକ୍ଷୟିତ୍ରୀ ପ୍ରିୟମ୍ବଦା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । କୁଡୁମୁଲୁଗୁମ୍ମା ଓ ପରକନମାଳା ଗ୍ରାମ ପଞ୍ଚାୟତ ଆଞ୍ଚଳିକ ଶିକ୍ଷା ସାଧନ ଅଧିକାରୀ ବ୍ରଜ ନାରାୟଣ ଦାସ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ପ୍ରାଥମିକ ଠାରୁ ମାଧ୍ୟମିକ ସ୍ତରରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନୀହିତ ଗୁଣକୁ ବିକଶିତ /ପ୍ରଷ୍ଫୁଟିତ କରୁଥିବା, ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା।ଚିତ୍ରାଙ୍କନ, ବକ୍ତୃତା, ରଚନା ଲିଖନ, କୁଇଜ୍, ସୃଜନ ଲିଖନ, ସଙ୍ଗୀତ ପରିବେଷଣ ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗୀତାରେ ୩୭ ଗୋଟି ବିଦ୍ୟାଳୟ ମଧ୍ୟରୁ ପାଖାପାଖି ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ୪୮ ଛାତ୍ରଛାତ୍ରୀ ମାନେ ଆଗାମୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଉକ୍ତ ପ୍ରତିଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା କୃତ୍ତି ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ମାନେ ଆକର୍ଷଣୀୟ ବେଶଭୂଷାରେ ସଜ୍ଜିତ ହୋଇ ସା°ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଶିକ୍ଷକ ଉମାଶଙ୍କର ଦାସ, ନିର୍ମଳ ଦାସ୍,ବବିତା ରାଣୀ ସାହୁ,ସସ୍ମିତା ମହାପାତ୍ର, ବିମଳ କୁମାର ଜେନା, ଚନ୍ଦ୍ର ଶେଖର ଦେ, ସୁଶ୍ରୀୟା ମହାରଣା, ନୀରଞନ ପୂଜାରୀ ଓ ଜଗନ୍ନାଥ ମିର୍ଦ୍ଧା ପ୍ରମୁଖ ସହଯୋଗ କରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…