ପଞ୍ଚାୟତ ସ୍ତରୀୟ “ସୁରଭି -୨୦୨୪” ଅନୁଷ୍ଠିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥ ପୁର କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ସୁରଭି-୨୦୨୪ ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି ସୁରଭି କାର୍ଯ୍ୟକ୍ରମକୁ ମହେଶ୍ୱର ପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କୁଞ୍ଜଲତା ଦଳେଇ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସିଆରସିସି ନିତାଇ ରାଏ , ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମହାଳୀ , ପ୍ରଧାନଶିକ୍ଷକ ଲିଙ୍ଗରାଜ ଶବର , ରାହାସ ପାତ୍ର , ପ୍ରଭାତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।କଣ୍ଢେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବସନ୍ତ କୁମାର ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଛାତ୍ରଛାତ୍ରୀଙ୍କ ଅନ୍ତର୍ନୀହିତ ପ୍ରତିଭାକୁ ବିକଶିତ ତଥା ପ୍ରଷ୍ଫୁଟିତ କରୁଥିବା ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।ଚିତ୍ରାଙ୍କନ, ବକ୍ତୃତା, ରଚନା ଲିଖନ, କୁଇଜ୍, ସୃଜନ ଲିଖନ, ସଙ୍ଗୀତ ପରିବେଷଣ ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ସୁରଭି କାର୍ଯକ୍ରମରେ ୧୪ ଗୋଟି ବିଦ୍ୟାଳୟ ମଧ୍ୟରୁ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦିବ୍ୟାଙ୍ଗ ୨ ଜଣ ଛାତ୍ରଛାତ୍ରୀ ସମେତ  ମୋଟ ୧୨ ଛାତ୍ରଛାତ୍ରୀ ଆଗାମୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହା ସହିତ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସୋମନାଥ ପୁର କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଟୁକୁରାଣୀ ଜୋଦ୍ଧାରଙ୍କ ଦ୍ବାରା ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସା°ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସୁଶାନ୍ତ କୁମାର ଜେନା , ସୁରେଶ ଖୋସଲା , ଅର୍ଜୁନ ମାଝି , ରାଧେଶ୍ୟାମ ରାଏ , ରଞ୍ଜନ ଖେମୁଡୁ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page