ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟରେ ଆଜି ସକାଳ ୭.୦୦ଘଟିକା ରେ ଏକ ସ୍ୱଚ୍ଛତାହିଁ ସେବା -୨୦୨୪ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଏନ.ଏସ. ଏସ ଓ ଏନ.ସି.ସି ର ମିଳିତ ଆନୁକୁଲ୍ୟରେ ପ୍ରଥମେ ଏକ ସଚେତନତା ରା଼ଲି ଆରମ୍ଭ ହୋଇଥିଲା l ମହାବିଦ୍ୟାଳୟ ଫାଟକ ଠାରୁ କଲେଜ ବସ ଷ୍ଟପ୍ (ପବ୍ଲିକ ପ୍ଲେସ) ରେ ପ୍ରଥମେ ସଫେଇ କାର୍ଯ୍ୟ ହୋଇଥିଲା l ତା’ପରେ ଆର.ଏମ୍.ସି ସବଜି ମଣ୍ଡି (ବିଜନେସ ଏରିଆ) ନିକଟରେ ଏକ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏନ.ଏସ.ଏସ ବାଳକ ବିଭାଗରୁ ପ୍ରୋଗ୍ରାମ ଅଫିସର (ପି.ଓ) ଶ୍ରୀ ଗୌତମ ନାୟକ ସ୍ୱଚ୍ଛତାହିଁ ସେବାର ଉଦ୍ଦେଶ୍ୟ, ସ୍ୱଚ୍ଛ ସ୍ଵଭାଵ ଓ ସଂସ୍କାର ସ୍ୱଚ୍ଛତା ସମ୍ପର୍କରେ ସ୍ବେଚ୍ଛାସେବୀ ଙ୍କୁ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମକୁ ଏନ.ସି.ସି ବିଭାଗର ଲେଫ୍ଟନାଣ୍ଟ ସୁଶାନ୍ତ ମାଝୀ ତାଙ୍କ ଏନ.ସି.ସି ପିଲାଙ୍କ ସହ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏନ.ଏସ.ଏସର ସମସ୍ତ ବାଳକ ଓ ବାଳିକା ବିଭାଗର ସ୍ବେଚ୍ଛାସେବୀ ଏବଂ ଏନ.ସି.ସି ର ପିଲାମାନେ ସମସ୍ତେ ଏଥିରେ ଅଂଶ ଗ୍ରହଣ କରିଥିଲେ l ଭାରତ ସରକାର, ଓଡିଶା ସରକାର ଯୁବ ଓ କ୍ରୀଡା ମନ୍ତ୍ରାଳୟ ତରଫରୁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨,୨୦୨୪ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସ୍ୱଚ୍ଛତା ପାଖୁଡା କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଚାଲୁ ରହିଛି l ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରେମରେଖା ଭତ୍ରା ଏନ.ଏସ.ଏସର ବାଳିକା (ପି.ଓ) ପ୍ରୋଗ୍ରାମ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ l
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…