ଫୁଲବାଣୀ ପୌରାଅଧ୍ଯକ୍ଷା ଦାୟିତ୍ବ ନେଲେ ଉପାଧ୍ୟକ୍ଷା ପାୟଲ ବେହେରା।

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ରେ ଦିର୍ଘ ଦିନର ଅସ୍ଥିରତା ପରେ ପୌରଉପାଧ୍ୟକ୍ଷା ପାୟଲ ବେହେରା ଆନୁଷ୍ଠାନିକ ଭାବରେ ପୌରାଧ୍ଯକ୍ଷା ଦାୟୀତ୍ବ ଗ୍ରହଣ କରିଛନ୍ତି।ଗତ ଜୁଲାଇ ମାସ ୨୩ ତାରିଖଠାରୁ ଅନାସ୍ଥା ପ୍ରସ୍ତାବ ବୈଠକରେ ଅନାସ୍ଥା ପ୍ରସ୍ତାବ କାୟମ ରହିବା ଯୋଗୁଁ ପୁର୍ବତନ ପୌରାଧ୍ଯକ୍ଷା ସ୍ମିତାରାଣୀ ମହାନ୍ତି ତାଙ୍କ ପଦବୀ ହରାଇଛନ୍ତି।ଫଳରେ ପୌରପରିଷଦର ନିୟମ ଅନୁସାରେ ଉପାଧ୍ଯକ୍ଷା ଅଧ୍ଯକ୍ଷା ହୋଇଛନ୍ତି । ଗତ ୨୧ ତାରିଖରେ କନ୍ଧମାଳ ଜିଲ୍ଲାପାଳ ତାଙ୍କୁ ଓଡିଶା ମୁନିସିପାଲିଟି ଆକ୍ଟ-୮୯ (ଏ) ୧୯୫୦ ଅନୁସାରେ ଆନୁଷ୍ଠାନିକ ଭାବରେ ପୌରାଧ୍ଯକ୍ଷା ଭାବରେ ସମସ୍ତ ଆନୁଷ୍ଠାନିକ ସୁବିଧା ଏବଂ ଅଧିକାର ପ୍ରଦାନ କରିବାକୁ ଏକ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆଜି ତାଙ୍କୁ ପୌରପରିଷଦ ପକ୍ଷରୁ ଆନୁଷ୍ଠାନିକ ଭାବରେ ପୌରାଧ୍ଯକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିପାଇଁ ତାଙ୍କ ନିକଟକୁ ପୌରାଂଚଳର ସମସ୍ତ କାଉନସିଲର ମାନଙ୍କ ନିକଟରୁ ଓ ଶୁଭେଛୁ ମାନଙ୍କ ନିକଟରୁ ଶୁଭେଛାର ସୁଅ ଛୁଟିଛି । ସୁଚନାଯୋଗ୍ୟ ପୁର୍ବତନ ପୌରାଧ୍ଯକ୍ଷାଙ୍କ ବିପକ୍ଷରେ ଫୁଲବାଣୀ ପୌରାଂଚଳର ସମସ୍ତ ୧୩ଟି ୱାର୍ଡର କାଉନସିଲର ମାନଙ୍କ ମଧ୍ୟରୁ ୧୧ ଜଣ ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଚିଠି ଜରିଆରେ ଜଣାଇଥିଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଆଲୋଚନା କରାଯିବା ସହିତ ଆନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା।ଭୋଟରେ ସମୁଦାୟ ୧୧ ଜଣ ଅଂଶ ଗ୍ରହଣ କରଥିବା ବେଳେ ସେଥୂରୁ ଗୋଟିଏ ଭୋଟ ନାକଚ ହୋଇ ଅନ୍ୟ ୧୦ ଟି ଭୋଟ ଅନାସ୍ଥା ପ୍ରସ୍ଥାବ ସପକ୍ଷରେ ଯାଇଥିଲା।ଫଳରେ ପୁର୍ବତନ ପୌରାଧ୍ଯକ୍ଷା ତାଙ୍କର ପଦବୀ ହରାଇବା ସହିତ ଉପାଧ୍ୟକ୍ଷା ପାୟଲ ବେହେରା ମୁନିସିପାଲିଟିର ଆଇନ ଅନୁଯାଇୟୀ ଅଧ୍ୟକ୍ଷା ପଦବୀ ପାଇଁ ଯୋଗ୍ୟ ହୋଇଯାଇଥିଲେ।ଜିଲ୍ଲାପାଳଙ୍କ ଚିଠି ମିଳିବା ପରେ ସେ ଆନୁଷ୍ଠାନିକ ଭାବରେ ଏହି ଦାୟୀତ୍ୱରେ ଅଧିଷ୍ଠିତ ହୋଇଛନ୍ତି । ତେବେ ଏହି ଅବଧି ର ଅସ୍ଥିରତା ମଧ୍ଯରେ ଫୁଲବାଣୀ ପୌରାଂଚଳରେ ହୋଇଥିବା ଉନ୍ନୟନର ସ୍ଥିରାବସ୍ଥାକୁ ତୁରନ୍ତ ଗତିଶୀଳ କରିବେ ବୋଲି ପାୟଲ ବେହେରା ପ୍ରକାଶ କରିଛନ୍ତି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page