ଥମୁନି ଦାଦନ ଦୁଃଖ : ଆନ୍ଧ୍ରପ୍ରଦେଶ ଦାଦନ ଖଟିବାକୁ ଯାଇ ଛାତରୁ ପଡି ମେଡ଼ିକାଲ ରେ ଶଯ୍ୟାଶାୟୀ l

ନବରଙ୍ଗପୁର(କ୍ରୋନିକ ଓଡ଼ିଶା)ପୁଣି ଜଣେ ଯୁବକ ଦାଦନ ଦୁଃଖରେ କଲବଲ। ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଦୁଇ ମହଲା ଛାତ ଉପରୁ ପଡି ହାତ ଗୋଡ଼ ଏବଂ ଅଣ୍ଟା ଭାଙ୍ଗି ମେଡିକାଲରେ ପଡିରହିଛି ଜଣେ ଦାଦନ ଶ୍ରମିକ।ନବରଙ୍ଗପୁର ଜିଲ୍ଲା ଉମରକୋଟ ଗ୍ରାମର ୟୁ.ଭି -୫୨ ନଂ ଗାଁର ଦାଦନ ଶ୍ରମିକ ଅଭିଜିତ ମଜୁମଦାର।ପରିବାର କହିଲେ ଦୁଇ ଭାଇ,ଭଉଣୀ ଏବଂ ବାପା ମା। ବଡ ଭାଇ ମାଲକାନଗିରି ଜିଲ୍ଲାରେ କିଛି କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଛୋଟ ଭାଇ ତାଙ୍କ ମା ଓ ବାପାଙ୍କୁ ନେଇ ଅତି ଦୁଃଖ କଷ୍ଟରେ ଘର ଚଳେଇ ଥାନ୍ତି।ସେଭଳି ଅଭିଜିତ କିଛି ମାସ ତଳେ ଦାଦନ ଶ୍ରମିକ ଭାବେ ଆନ୍ଧ୍ରପ୍ରଦେଶ କୁ ଯାଇ ତାଙ୍କ ବାପା ମାଙ୍କୁ କିଛି ଅର୍ଥ ପଠେଇଲେ ତାଙ୍କ ପରିବାର ଦୁଃଖ କଷ୍ଟରେ ଚାଲିଥାଏ।ଏଭଳିଦୁଃଖ କଷ୍ଟରେ ତାଙ୍କ ଏହି ପରିବାର ଚାଲିଥିବା ବେଳେ ହଠାତ କଳା ମେଘ ବାଦଲ ପରି ମାଡି ଆସିଥିଲା ଦୁର୍ଘଟଣା ଯାହାକି ତାଙ୍କର ଅଣ୍ଟା ଭାଙ୍ଗି ଦେଇଥିବା ବେଳେ ଏବେ ଏକ ମାତ୍ର ରୋଜଗରିଆ ପୁଅର ଅବସ୍ଥା ଦେଖି ବାପା ଏବଂ ମା ଆଖିରୁ ଲୁହ ସରିନି।ପ୍ରତ୍ୟେକ ଦିନ ଆଖିରୁ ଲୁହ ଝରି ଯାଉଥିବା ବେଳେ ବର୍ତ୍ତମାନ ତାଙ୍କ ପୁଅକୁ କେମିତି ଠିକ କରିବେ ଏବେ ଭାଙ୍ଗି ପଡିଥିବା ବେଳେ ଲୋକଙ୍କୁ ସାହାଯ୍ୟ ମାଗି ବୁଲୁଥିବା ଦେଖିବା ପାଇଁ ମିଳୁଛି। ରାତି ପହିଲେ ଏହାର ତାହାର ଦୁଆର ମୁହଁରେ ବିଲିବା ସହ କିଛି ସାହାଯ୍ୟ ମାଗିବା ସହ କୋହ ଭରା କଣ୍ଠରେ ପୁଅକୁ ବଞ୍ଚେଇବା ଦିଅ ବୋଲି କହୁଛନ୍ତି।ସୂଚନା ଅନୁସାରେ, ଗତ ଏକ ମାସ ହେବ ୟୁ.ଭି-୫୨ ଗାଁର ଲବ ମଜୁମଦାରଙ୍କ ୨୪ ବର୍ଷୀୟ ପୁଅ ଅଭିଜିତ ମଜୁମଦାର ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ଗତ ୧୧ତାରିଖ ଦିନ ଛାତ ପକାଉଥିବା ବେଳେ ଅଚାନକ ଛାତ ଉପରୁ ପଡିଯାଇଥିଲେ ଅଭିଜିତ। ତୁରନ୍ତ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ। ସେଠାରେ ତାଙ୍କୁ ପ୍ରଥମେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ଦେହ ସଙ୍କଟାପନ୍ନ ହେବାଯୋଗୁଁ ତାଙ୍କୁ ବିଶାଖାପାଟଣା ର ମେଡ଼ି କଭର ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି। ଦାଦନ ଖଟି ଯାହା ରୋଜଗାର କରିଥିଲେ ତାହା ଚିକିତ୍ସା ରେ ଖର୍ଚ୍ଚ ହୋଇଯାଇଥିବା ବେଳେ ଆହୁରି ତାଙ୍କୁ ଦୁଇ ରୁ ତିନି ଲକ୍ଷର ଅର୍ଥ ଆବଶ୍ୟକ ପଡୁଥିବା ବେଳେ ଏତେ ଟଙ୍କା ଆଣିବେ ବା କୋଉଠୁ?ଯଦି କୌଣସି ସହହୃଦୟ ବ୍ୟକ୍ତି କିଛି ସାହାଯ୍ୟ ର ହାତ ବଢ଼େଇ ଥିଲେ।ସାହାଯ୍ୟ ହୋଇପାରିଥାନ୍ତା ଏବଂ ପିଲାଟି ଚିକିତ୍ସା ପାଇ ପାରିଥାନ୍ତା।ତେଣୁ ଅଭିଜିତ ମଜୁମଦାରଙ୍କ ଉନ୍ନତ ଚିକିତ୍ସା ନିମନ୍ତେ କିଛି ସାହାଯ୍ୟ କରିବାକୁ ଥିଲେ ଯେକୌଣସି ସହହୃଦୟ ବ୍ୟକ୍ତି ତାଙ୍କ ଭଉଣୀ ସବିତା ପଣ୍ଡାଙ୍କ ସାହାଯ୍ୟର ହାତ ବଢେଇବା ପାଇଁ ତାଙ୍କ ଫୋନ ପେ ନଂ-୭୮୫୩୮୯୯୦୧୪ କୁ ସାହାଯ୍ୟ କରାଗଲେ ଯବକ ଜଣଙ୍କ ଚିକିତ୍ସିତ ହୋଇ ସୁସ୍ଥରେ ଘରକୁ ଫେରି ପାରିଥାନ୍ତା।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page