ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି ; ବିଏସଏଫ କ୍ୟାମ୍ପ ଉଠିଲେ ଗ୍ରାମବାସୀଙ୍କ ଆତ୍ମଦାହ ଚେତାବନୀ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତ୍ରୀ ଭଳି ଦୁର୍ଗମ ପଞ୍ଚାୟତରେ ବିଏସଏଫ କ୍ୟାମ୍ପ ଉଠିବା ପ୍ରତିବାଦରେ ଏକ ବିରାଟ ପ୍ରଜାମେଳିରେ ଏକତ୍ରିତ ହେଲେ ଯନ୍ତ୍ରୀ ପଞ୍ଚାୟତର ଚଉଦ ଖଣ୍ଡ ଗ୍ରାମବାସୀ। ଆଗକୁ ଆହୁରି ପାଞ୍ଚବର୍ଷ ବିଏସଏଫ କ୍ୟାମ୍ପ ନଉଠାଇବା ପାଇଁ କାମାଣ୍ଡାଣ୍ଟଙ୍କ ଜରିଆରେ ଅମିତ ସାହାଙ୍କୁ ଦାବୀପତ୍ର ପ୍ରଦାନ କଲେ। ସ୍ବାଭିମାନ ଅଞ୍ଚଳରେ ସରକାରଙ୍କ ତରଫରୁ ବିଗତ ଦିନରେ ବିଏସଏଫ ଫୋର୍ସ ମୃତୟନ ପରେ ବହୁ ବିକାଶ କାର୍ଯ୍ୟ ହୋଇଛି ଓ ଆଗକୁ ଜାରି ରହିଛି। ଏହିସବୁ ବିକାଶ ସୁରକ୍ଷାକର୍ମୀଙ୍କ ଯୋଗୁଁ ସମ୍ଭବ ହୋଇଥିବା କହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ।ଗତ କିଛିଦିନ ହେବ ସ୍ୱାଭିମାନ ଅଞ୍ଚଳରୁ ପର୍ଯ୍ୟାୟ କ୍ରମେ ବିଏସଏଫ କ୍ୟାମ୍ପ ପ୍ରତ୍ୟାହାର ହେବା ନେଇ ଖବର ପ୍ରସାରିତ ହେବା ପରେ ମାଓ ସମସ୍ୟାର କଳା ବାଦଲ ପୁଣି ମାଡି ଆସିବା ଆଶା ଆଶଙ୍କାରେ ରହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ। ଏ ନେଇ ଆଜି ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ବିଏସଏଫ କ୍ୟାମ୍ପ ନିକଟରେ ପ୍ଲାଗକାର୍ଡ ଧରି ଚଉଦ ଖଣ୍ଡ ଗ୍ରାମର ଲୋକ ଏକତ୍ରିତ ହୋଇ ଆଉ ପାଞ୍ଚବର୍ଷ ବିଏସଏଫ କ୍ୟାମ୍ପ ନଉଠାଇବା ପାଇଁ ଏକ ଦାବିପତ୍ର ୧୭୭ ବିଏସଏଫ ବାଟାଲିୟନ କମାଣ୍ଡାଣ୍ଡଙ୍କ ଜରିଆରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଯେଉଁଭଳି ଦ୍ରୁତ ଗତିରେ ବର୍ତ୍ତମାନ ସ୍ୱାଭିମାନ ଅଞ୍ଚଳର ବିକାଶ ଚାଲିଛି। ଘନବେଡା ପୋଲ ଭଳି ଗମନାଗମନ, ପାନୀୟଜଳ, ଶିକ୍ଷା , ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଉନ୍ନୟନମୂଳକ କାର୍ଯ୍ଯ ଚାଲିଛି। ଯାହା ବିଏସଏଫ ବାହିନୀ ଚାଲିଗଲେ ତାହା ସମ୍ପୁର୍ଣ ରୂପେ ଠପ ହୋଇଯିବ। ପୁଣି ଚଉଦ ବର୍ଷ ତଳକୁ ଏହି ସ୍ୱାଭିମାନ ଅଞ୍ଚଳ ଚାଲିଯିବ ଓ ନକ୍ସଲ ଧୀରେ ଧୀରେ ପୁଣି ଏହିସବୁ ଅଞ୍ଚଳରରେ ରାଜୁତି କରିବା ଆରମ୍ଭ କରିଦେବେ। ନକ୍ସଲଙ୍କ ଗୁଳିରେ ମରିବା ବଦଳରେ କ୍ୟାମ୍ପ ଆଗରେ ନିଜ ଜୀବନ ଦେଇଦେବୁ ବୋଲି ଅତି କ୍ଷୋଭରେ ପ୍ରକାଶ କରିଛନ୍ତି ଅଞ୍ଚଳବାସି। ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ତତ୍କାଳୀନ ଗୃହମନ୍ତ୍ରୀ ପି ଚିଦାମ୍ବରମଙ୍କ ପ୍ରୟାସରେ ଏଲଡ଼୍ଲୁଇ ଯୋଜନା ଅନ୍ତର୍ଗତ କେନ୍ଦ୍ର ସୁରକ୍ଷାବାହିନୀକୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯାଇଥିଲା। ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକରେ ସୁରକ୍ଷା ସହିତ ସମାନ୍ତରାଳ ଭାବେ ଅଞ୍ଚଳର ବିକାଶ କାର୍ଯ୍ୟ କରିବା ଏହାର ମୂଳ ଲକ୍ଷ୍ୟ ଥିଲା।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page