ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ଚାଲିଥିବା ନକ୍ସଲ ବିଲୋପ ଅଭିଯାନ ଅଧୀନରେ ଛତିଶଗଡର ନକ୍ସଲବାଦ ବିଲୋପ ଏବଂ ପୁନର୍ବାସ ନୀତି ତଥା ନିୟାଦ ନେଲା ନାର ଯୋଜନା , ଅତି ସମ୍ବେଦନଶୀଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପୁଲିସ ଶିବିର ସ୍ଥାପନା ଏବଂ ପୁଲିସର ଚାପ ଫଳ ସ୍ବରୂପ ନକ୍ସଲ ସଂଗଠନରେ ସକ୍ରିୟ ଥିବା ୨ ଜଣ ନକ୍ସଲ ସଦସ୍ୟ; – ସୋଡି ଭୀମା(ବୁର୍କାଲଙ୍କା ଆରପିସି ମିଲିସିଆ ସଦସ୍ୟ) ଏବଂ ୧ ଲକ୍ଷ ଇନାମୀ ନକ୍ସଲ ମୁଣ୍ଡାମି ହାନ୍ଦା (ଗୁଫଡି ପଞ୍ଚାୟତ ଡିକେଏମଏସ ଅଧ୍ୟକ୍ଷ) ପୁଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି।ଉପରୋକ୍ତ ଦୁଇ ଜଣ ଆତ୍ମସମର୍ପିତ ନକ୍ସଲ ସଦସ୍ୟ ନିଷିଦ୍ଧ ନକ୍ସଲ ସଂଗଠନରେ ଯୋଗ ଦେଇ ବିଭିନ୍ନ ନକ୍ସଲ ହିଂସାକାଣ୍ଡରେ ଜଡିତ ଯଥା ପୁଲିସ୍ ପାଟ୍ରୋଲିଂ ପାର୍ଟିର ଗତିବିଧି ଲକ୍ଷ୍ୟ କରି ଆକ୍ରମଣ କରିବା,ପୁଲିସ୍ ପାର୍ଟୀ ରାସ୍ତାରେ ସ୍ପାଇକ୍ ଏବଂ ବୋମା ଲଗାଇବା, ରାସ୍ତା ଖୋଳି ଅବରୋଧ କରିବା , ପ୍ରଶାସନ ବିରୁଦ୍ଧରେ ବ୍ୟାନର, ପାମ୍ପଲେଟ୍ ଲଗାଇବା ଏବଂ ଅନ୍ୟାନ୍ୟ ଘଟଣାରେ ଜଡିତ ଅଛନ୍ତି। ଉଭୟ ଆତ୍ମସମର୍ପିତ ନକ୍ସଲଙ୍କୁ ଛତିଶଗଡ ସରକାର ପକ୍ଷରୁ ନକ୍ସଲ ଥଇଥାନ ଏବଂ ପୁନର୍ବାସ ନୀତି ଅନୁଯାୟୀ ସହାୟତା ରାଶି ଏବଂ ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।
ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…