ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ପୁଣି ଥରେ ସୁରକ୍ଷା ବାହିନୀ ନକ୍ସଲମାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ଚାଲିଛି। ଏହି ଅଞ୍ଚଳରେ ବହୁ ସଂଖ୍ୟକ ନକ୍ସଲଙ୍କ ଉପସ୍ଥିତିର ଖବର ପାଇବା ପରେ ଫୋର୍ସ ଦ୍ୱାରା ଏହି ଅପରେସନ କରାଯାଇଥିଲା।ସୂଚନାନୁସାରେ, ସୁକମାର ଚିନ୍ତଲନାର ଥାନା ଅନ୍ତର୍ଗତ କର୍କନଗୁଡା ଜଙ୍ଗଲରେ ବହୁ ସଂଖ୍ୟାରେ ନକ୍ସଲଙ୍କ ଏକତ୍ରିତ ହେବାର ଖବର ଆସିଥିଲା। ଏହା ପରେ ବସ୍ତର ଫାଇଟର୍ସ, ଡିଆରଜି ଏବଂ କୋବ୍ରା ୨୦୬ ବାଟାଲିୟନର ଯବାନ ମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। କୋବ୍ରା , ଡିଆରଜି ଏବଂ ବସ୍ତର ଫାଇଟର୍ସର ଯବାନ ମାନେ ନକ୍ସଲ ଠିକଣାକୁ ଚାରି ଦିଗରୁ ଘେରି ରହିଛନ୍ତି। ମଝିରେ ମଝିରେ ଉଭୟ ପାର୍ଶ୍ଵରୁ ଗୁଳି ବିନିମୟ ମଧ୍ୟ ଜାରି ରହିଥିବା ସୂଚନା। କୁହାଯାଉଛି ଯେ କର୍କନଗୁଡା ଜଙ୍ଗଲରେ ପାଖାପାଖି ୩୦ ରୁ ୪୦ ସଶସ୍ତ୍ର ନକ୍ସଲମାନେ ଉପସ୍ଥିତ ଅଛନ୍ତି। କୌଣସି ଏକ ବଡ଼ ଧରଣର ଅଘଟଣ ଘଟାଇ ଉଦେଶ୍ୟ ନକ୍ସଲମାନଙ୍କ ରହିଥିବା ଅନୁମାନ କରାଯାଉଛି।ବର୍ତ୍ତମାନ ସୁରକ୍ଷା ଉକ୍ତ ଜଙ୍ଗଲରେ ସୁରକ୍ଷାବାହିନୀର ନକ୍ସଲ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ ନକ୍ସଲ ମାନେ ଘଞ୍ଚ ଜଙ୍ଗଲ ଆଢ଼ୁଆଳରେ ଘଟଣା ସ୍ଥଳରୁ ଖସି ପଳାଇଥିବା ବେଳେ ଉଭୟ ପକ୍ଷରୁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।ଚଳିତ ବର୍ଷ ଏପର୍ଯ୍ୟନ୍ତ ଛତିଶଗଡରେ ୧୮୭ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୩୭୮ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି।
ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀକୁ ସଫଳତା ପାଇଲା, ତିନି ମିଲିସିଆ ଗିରଫ।
ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନରେ ବେଳେ ନେମେଡ ଅଞ୍ଚଳରୁ ତିନି ମିଲିସିଆଙ୍କୁ ଗିରଫ କରିଛି ପୁଲିସ।ବିଜାପୁରରେ ନକ୍ସଲ ବିରୋଧୀ ଅପରେସନ୍ ବେଳେ ସୁରକ୍ଷାବାହିନୀ ନେମେଡ ଅଞ୍ଚଳରୁ ତିନି ଜଣ ମିଲିସିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ…