ବନ ବିଭାଗର ଟ୍ରାପ କ୍ୟାମେରା ଚୋରି କରି ଜଣେ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅଧିନସ୍ଥ ଜଙ୍ଗଲ ମଧ୍ୟରେ ବନ୍ୟଜନ୍ତୁ ମାନଙ୍କ ଆଚରଣ ଏବଂ ଗତିବିଧିକୁ ନିରନ୍ତର ଲକ୍ଷ କରିବା ନିମନ୍ତେ ବନ ବିଭାଗ ଦ୍ୱାରା ଲଗାଯାଇଥିବା ଟ୍ରାପ କ୍ୟାମେରାକୁ ଚୋରି କରି ଜଣେ ଗିରଫ। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ ଗତ ଜୁନ ମାସ ୧୯ ତାରିଖରେ ସୋମନାଥପୁର ପଞ୍ଚାୟତ ପିଲାକୁସୁମୀ ଗ୍ରାମର ବୁଦୁ ପୂଜାରୀ ନାମକ ବ୍ୟକ୍ତି ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିଲେ। ସେହି ସମୟରେ ସେ ଏହି ଟ୍ରାପ କ୍ୟାମେରା ଟିକୁ ପାଇ ବନ ବିଭାଗକୁ ହସ୍ତାନ୍ତର ନ କରି ବିକ୍ରି କରିବା ଉଦ୍ଦେଶ୍ୟରେ ନିଜ ପାଖରେ ରଖିଥିଲେ। ତେବେ ଏନେଇ ବନ ବିଭାଗ ପକ୍ଷରୁ ଓରକେଲ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା। ୨ ଦିନ ତଳେ ବୁଦୁ ଏହି କ୍ୟାମେରାଟିକୁ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ନିଜର ବନ୍ଧୁ ମାନଙ୍କୁ କହିଥିଲା। ଏ ସମ୍ପର୍କରେ ଓରକେଲ ପୋଲିସ ଖବର ପାଇ ବୁଦୁଙ୍କ ନିକଟରେ ପହଞ୍ଚି ତାଙ୍କ ନିକଟରୁ କ୍ୟାମେରା ଜବତ କରିବା ସହ ବୁଦୁ ପୂଜାରୀଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଆଜି ଅଭିଯୁକ୍ତ ବୁଦୁକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page