
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର କାଙ୍କେର ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥାର ଅସହାୟତା ଚିତ୍ର ପଦାକୁ ଆସିଛି। ଯେଉଁଠାରେ ଦୁର୍ଘଟଣାରେ ଆହାତ ଲୋକଙ୍କୁ ଗ୍ରାମବାସୀ ମାନେ ଏକ ଖଟରେ କାନ୍ଧେଇସନଦୀ ପାର ହେଉଥିବା ଦେଖିବାକୁ ମିଳିଛି।ଏହି ଘଟଣା ନାରାୟଣପୁର ଜିଲ୍ଲାର ଓର୍ଛା ବ୍ଲକର ବିରୁଲାଏର ଗ୍ରାମରେ ଘଟିଥିଲା, ଯେଉଁଠାରେ ଗ୍ରାମବାସୀ ଆହତ କେୟରାମଙ୍କୁ କାନ୍ଧରେ କାନ୍ଧେଇ ପାହାଡ ଓ ନଦୀ ନାଳ ପାର ହୋଇ ୧୫ କିମି ଚାଲିବା ପରେ ଗାଟାକାର ଠାରେ ପହଞ୍ଚିଥିଲେ। ସେଠାକାର ସରପଞ୍ଚ ଏବଂ ଅନ୍ୟମାନଙ୍କ ସାହାଯ୍ୟରେ ଆହତ କେୟରାମଙ୍କୁ ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଉପାୟରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଆହତଙ୍କ ଚିକିତ୍ସା ଜାରି ରହିଛି। ତେବେ ଯାହା ସୂଚନାରୁ କୁହାଯାଉଛି ଯେ ବାଉଁଶ ଘେରାର ବାଉଁଶ ବଲ୍ଲା କେୟରାମଙ୍କ ପେଟ ଭୁଷି ହୋଇ ଯିବାରୁ ଗୁରୁତର ଆହାତ ହୋଇଥିଲେ। ସଡ଼କ କିମ୍ବା ନଦୀ ନାଳରେ ପୋଲ ନଥିବାରୁ ଆମ୍ବଲାନ୍ସ ଗାଁକୁ ଆସିବା ସମ୍ଭବ ନଥିଲା। ତେଣୁ ଗ୍ରାମବାସୀ କେୟରାମଙ୍କୁ ଖଟରେ ନେଇ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କର ଜୀବନ ବଞ୍ଚି ଯାଇଥିଲା।