ସ୍ତ୍ରୀକୁ ନିର୍ଯ୍ୟାତନା ଓ ଶଶୁର ଘର ଲୋକଙ୍କୁ ମାଡ ମାରି ; ୨ ଭାଇ ଗିରଫ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ରବିବାର ସନ୍ଧ୍ୟାରେ ଏକ ଭିନ୍ନ ଧରଣର ଘଟଣା ଦେଖିବାକୁ ମିଳିଛି। ପୁଲିସ ସୂଚନାନୁଯାୟୀ, ମାଥିଲି ହାଟପଦା ସାହିର ମଦନ ଓଝା ୨୦୨୧ ମସିହାରେ ଝିଅ ଗୀତାଞ୍ଜଳି ଓଝାଙ୍କ ବାହାଘର ବାଲିମେଳା ରାଣୀ ରୋଡ ନିବାସୀ ଭାସ୍କର ମହାରଣାଙ୍କ ପୁଅ ଶଙ୍କର ମହାରଣାଙ୍କ ସହିତ ହୋଇଥିଲା।ପ୍ରାୟ ଦେଢ଼ ବର୍ଷ ପୂର୍ବେ କୌଣସି କାରଣରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା। ତେବେ ଏହି କାରଣରୁ ଗୀତାଞ୍ଜଳି ନିଜ ବାପ ଘରେ ସେବେ ଠାରୁ ରହି ଆସୁଛନ୍ତି। ଉଭୟ ପୁଅ ଏବଂ ଝିଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣା କରିବା ନିମନ୍ତେ କୁଳ ବୈଠକ ଡକାଇ ନିଷ୍ପତ୍ତି ନେବାର ସ୍ଥିର ହେଲା। ମହାରଣା ସଂଘ ସଦସ୍ୟଙ୍କ ଉପସ୍ଥିତିରେ ଉଭୟ ପାରିବାରିକ ମତଭେଦର ସ୍ଥାୟୀ ସମାଧାନ ପାଇଁ ବାଲିମେଳା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣକୁ ବାଛିଥିଲେ। ରବିବାର ସନ୍ଧ୍ୟାରେ ପୁଅ ଓ ଝିଅ ପରିବାର ଲୋକଙ୍କୁ ନେଇ ବାଲିମେଳା ଜଗନ୍ନାଥ ମନ୍ଦିର ପରିସରରେ ବୈଠକ ବସିଥିଲା।ମୁରବିଙ୍କ ନିଷ୍କର୍ଶ ପୂର୍ବରୁ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ଉଭୟଙ୍କ ବଚସା ଧିରେ ଧିରେ ଗଣ୍ଡଗୋଳର ରୂପ ନେଇଥିଲା।ସୂଚନା ପାଇ ଘଟଣା ସ୍ଥଳରେ ଓର୍କେଲ ପୁଲିସ ପହଞ୍ଚି ପରିସ୍ଥିତି ଆୟତକୁ ଆଣିଥିଲା। ତେବେ ଗୀତାଞ୍ଜଳି ଓଝା ଓ ତାଙ୍କ ପରିବାର ଲୋକେ ଥାନାରେ ସ୍ୱାମୀ ଶଙ୍କର ମହାରଣା , ତାଙ୍କ ବଡଭାଇ ଶିବରାମ ମହାରଣା ଓ ବାଲିମେଳା ଅଞ୍ଚଳର ଅନ୍ୟ ୫/୬ ଜଣ ମିଶି ସଙ୍ଘବଧ ଭାବେ ମୋତେ ମୋ ଝିଅ ଏବଂ ସାନ ଭାଇଙ୍କୁ ମାଡ ମାରିଥିଲେ ବୋଲି ଏକ ଲିଖିତ ଏତଲା ଦେଇଥିଲେ।ଏତଲାକୁ ଭିତ୍ତି କରି ଓର୍କେଲ ପୁଲିସ କେଶ ନମ୍ବର -୨୯୧/୨୪ରେ ଏକ ମାମଲା ୠଜୁ କରି ତଦନ୍ତ ଆରମ୍ଭ କରିଥିବା ତଦନ୍ତକାରୀ ଅଧିକାରୀ ମନୋହର ସାହୁ କହିଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ଶଙ୍କର ଓ ତାଙ୍କ ଭାଇ ଶିବରାମଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page