ସ୍ଵେଚ୍ଛାକୃତ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ରିଖ ଶୁକ୍ରବାର ମହେଶ୍ୱରୀ ସମାଜ ତରଫରୁ ପାଞ୍ଚ ଦିନିଆ ସ୍ୱାସ୍ଥ୍ୟ ଶିବିର ସ୍ଥାନୀୟ ମାହେଶ୍ଵରୀ ଭବନଠାରେ ଉଦଘାଟିତ ହୋଇ ଯାଇଛି, ଏହି ଶିବିର ତା ୨୫.୦୯.୨୦୨୪ ରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ୯ଘଟିକା ଠାରୁ ଦିବା ୧୨ ଘଟିକା ଓ ଅପରାହ୍ନ ୪ ଘଟିକା ଠାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜିର ଉଦଘାଟନି ସଭାରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲା ପୋଲିସ ଅଧିକ୍ଷକ ଶ୍ରୀଯୁକ୍ତ ତପନ ନାରାୟଣ ରଥ ମାହେଶ୍ୱରୀ ସମାଜ ଦ୍ୱାରା ହେଉଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଯୋଧନ ଭୋଇ ବିନା ଔଷଧରେ ଆଣ୍ଠୁ ବ୍ୟଥା, ଆସ୍ଥମା, ମୁଣ୍ଡବ୍ୟଥା, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗ ଆକ୍ୟୁପ୍ରେସର ମାଧ୍ୟମରେ ଠିକ ହୋଇଯିବା ସମାଜ ପାଇଁ ବରଦାନ ହେବ ବୋଲି ପ୍ରକାଶ କରିଥିଲେ, ଏହି କାର୍ଯ୍ୟକ୍ରମକୁ ମାହେଶ୍ୱରୀ ସମାଜର ସଭାପତି ସୁରେଶ ସୋମାନୀ ସଭାପତିତ୍ୱ କରୁଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ରଂଜନ କୁମାର ସ୍ୱାଇଁ ଯୋଗ ଦେଇ ରୋଗ ପ୍ରତିକାରର ଏହି ପାଞ୍ଚଦିନ ଅଂଚ଼ଳ ପାଇଁ ବରଦାନ ସଦୃଶ୍ୟ ହେବ ବୋଲି ପ୍ରକାଶ କରିଥିଲେ। ବିହାର ଚ଼ୌଧୁରୀ ଦେବରାମ ଜାକର ଚୁମ୍ବକ ଓ ଥେରାପି ମାଧ୍ୟମରେ ରୋଗର ନିରାକରଣ ପାଇଁ ବିଭିନ୍ନ ଯନ୍ତ୍ର ରୋଗ ଉପଶମ ହେବା ନିୟମିତ ବ୍ୟବାହାର କରିବା ପାଇଁ ପରାମର୍ଶ ଦେଇଥିଲେ। ତେବେ କମଳତା ବାରି, ରାଜୀବ ଦରଗାର, ଦିଲ୍ଲିପ ସୋମାନିଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page