
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟରେ ବିକଶିତ ଭାରତ ୨୦୪୭ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ +୩ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ଉତ୍ସବ ଏବଂ ସନ୍ଦର୍ଭପାଠର ଆୟୋଜନ କରଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ଵ କରିଥିବା ବେଳେ ସରକାରୀ ଆଦର୍ଶ ମହାବିଦ୍ୟାଳୟର ଅଧକ୍ଷ ଡ ଆଲୋକ ପାତ୍ର ମୁଖ୍ୟ ଅତିଥି, ଏବଂ ସେହି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ସହକରି ପ୍ରଫେସର ଡ ପ୍ରସନ୍ନ କୁମାର ବରାଳ ମୁଖ୍ୟ ବକ୍ତା ରୂପେ ମଞ୍ଚାସୀନ ଥିଲେ। ଏଥି ସହ ମାଲକାନଗିରି ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଟ ପ୍ରାଧ୍ୟାପକ ଅଶୋକ କୁମାର ଶଢଙ୍ଗୀ, ଚିତ୍ରକୋଣ୍ଡା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଡ ଚିନ୍ମୟ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ବିକଶିତ ଭାରତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସର୍ବ ପ୍ରଥମେ ବାଣିଜ୍ୟ ବିଭାଗର ଅଧ୍ୟାପିକା ଅର୍ତି ଲୁଗୁମ ଅତିଥି ପରିଚୟ ଦେଇଥିବା ବେଳେ ଅଧ୍ୟାପିକା ଦିପ୍ତିରେଖା ମିଶ୍ର ଛାତ୍ରୀ ମାନଙ୍କ ସହଯୋଗରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ସର୍ବ ପ୍ରଥମେ ଅତିଥି ମାନେ ବାଣିଜ୍ୟ ବିଭାଗର ଦେବୀ ମା ଲକ୍ଷ୍ମୀଙ୍କ ନିକଟରେ ପୂଜାର୍ଚନା କରିଥିଲେ। ସେମିନାର ଆରମ୍ଭରେ ବିଭାଗୀୟ ମୁଖ୍ୟ ଡ ରଞ୍ଜନ କୁମାର ସ୍ଵାଇଁ ସ୍ଵଗତ ଉତ୍ସବର ଉଦେଶ୍ୟ ଓ ସେମିନାରର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ଶଢଙ୍ଗୀ ଭାରତୀୟ ଅର୍ଥନୀତିର ବିଭିନ୍ନ ଦିଗ, ଚରିତ୍ରାବଳି, ସମ୍ଭାବନା ଓ ଆଲୋକିକ ଦିଗ ଉପରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଡ ବରାଳ ବିକଶିତ ଭାରତ ଗଠନର ବଇଶିଷ୍ଠ ଓ ପଦକ୍ଷେପ ଉପରେ ମତ ରଖିଥିଲେ। ମୁଖ୍ୟ ଅତିଥି ଡ ପାତ୍ର ବିକଶିତ ଭାରତ ଗଠନର ବାସ୍ତବ ଦିଗ, ବିଭିନ୍ନ ଦୁର୍ବଳତା ଓ ଏହାର ନିରାକରଣ ଉପରେ ସନ୍ଦର୍ଭ ପାଠ କରିଥିଲେ। ସଭାପତି ଶ୍ରୀ ମିଶ୍ର ୨୦୪୭ ସୁଧା ବିକଶିତ ଭାରତ ଗଠନର ପ୍ରଧାନମନ୍ତ୍ରୀଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ଜାତି ଧର୍ମ ବର୍ନ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ଓ ଗଠନ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ବାଣିଜ୍ୟ ବିଭାଗର ଅଧ୍ୟାପକ ବି ଗୁପ୍ତେଶ୍ଵର ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ସମସ୍ତ ପରିଚଳନା ଗତ ଓ ଛାତ୍ରଛାତ୍ରୀ ମାନଙ୍କ ଶୃଙ୍ଖଳା ରକ୍ଷା କରିବାରେ ଅଧ୍ୟାପିକା ସ୍ନିଗ୍ଧା ସରଦାର ସହଯୋଗ କରିଥିଲେ। ଆଜିର ଏହି ସଭାରେ ୧୦୦ରୁ ଊର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।