ଗାଜୁଲବନ୍ଧା ଗାଁର ଦୁଃଖ , ଦେଢ଼ ବର୍ଷ ହେବ ମିଳୁନି ଚାଉଳ : ଚାଉଳ କାର୍ଡ ନେଇଗଲେ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଯନ୍ତ୍ରଣା ଜର୍ଜରିତ ପାହାଡି ଗାଁ ଗାଜୁଲବନ୍ଧା। ଗାଁରେ ଘର ବୋଲି ମାତ୍ର ୮ଟି, ହେଲେ ଏମାନେ ମଧ୍ୟ ମଣିଷ , ଏମାନଙ୍କ ଶରୀର ରକ୍ତ ମାଂସ ହାଡ଼ରେ ଗଢା। ଦୁଃଖ କଷ୍ଟ ସାଧାରଣ ଲୋକଙ୍କୁ ଯେମିତି ଅନୁଭବ ହୁଏ, ଏମାନଙ୍କୁ ମଧ୍ୟ ଦୁଃଖ କଷ୍ଟ ଅନୁଭୂତ ହୁଏ। ମାତ୍ର ଏ ଗାଁର ଲୋକମାନେ ବର୍ଷ ବର୍ଷ ଧରି ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ସମୟ କାଟୁଛନ୍ତି। କୁନି କୁନି ପିଲାମାନେ ପାଠ ପଢିବା ପାଇଁ ମାଝିଗୁଡା ପର୍ଯ୍ୟନ୍ତ ଏକ ସଙ୍କୋଚିତ ଜଙ୍ଗଲି ଖାଲୁଆ ରାସ୍ତା ଦେଇ ଯାଉଛନ୍ତି। ତାହା ପୁଣି ବର୍ଷାଦିନେ ପାଣି ଭରି ଯାଉଛି ବୋଲି କହିଛନ୍ତି ଗ୍ରାମବାସୀ।ଏହି ଗାଁରେ ପାନୀୟଜଳର ଘୋର ଅଭାବ। ସ୍ବାଧିନତାର ୭୮ ବର୍ଷ ପରେ ଲୋକେ ଝରଣା ଓ ଚୁଆ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି। ବିଜୁଳି ଆଲୋକ ଥାଇ ନଥିବା ଭଳି,ଦିନେ ରହିଲେ ଦୁଇ ଦିନ ଅନ୍ଧକାର। ଗାଁରେ ମାତ୍ର ଘର ବୋଲି ୮ ଟି କିନ୍ତୁ ଦେଢ଼ ବର୍ଷ ହେବ ସରକାରୀ ଚାଉଳ ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ଭତ୍ତା ମିଳୁଛି ସତ କିନ୍ତୁ କେଉଁ ପରିସ୍ଥିତିରେ ଚାଉଳରୁ ବଞ୍ଚିତ ତାହା ତଦନ୍ତ ସାପେକ୍ଷ।ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତ ଗାଜୁଲବନ୍ଧା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ବାଲିମେଳା ସହରର ଜଣେ ଯୁବ ସମାଜସେବୀ ରାହୁଲ ନିଆଲ କୌଣସି କାର୍ଯ୍ୟରେ ସେ ଗାଁ ଦେଇ ଯାଉଥିବା ବେଳେ ଗାଜୁଲବନ୍ଧା ଗାଁରେ କିଛି ସମୟ ଥକ୍କା ମାରିବା ସମୟରେ ଜାଣିବାକୁ ପାଇଥିଲେ ଯେ ଏହି ଗାଁର ଗ୍ରାମବାସୀ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ସମାଜସେବୀ ରାହୁଲ ସଙ୍ଗେ ସଙ୍ଗେ ଗଣମାଧ୍ୟମକୁ ଏ ସମ୍ପର୍କରେ ଜଣାଇଥିଲେ। ଗାଜୁଲବନ୍ଧା ଗାଁକୁ ଯିବା ପାଇଁ ଏକମାତ୍ର ରାସ୍ତା ଯାହା ବିଗତ ଏକ ମାସ ହେବ ବନ୍ଦ ହୋଇ ରହିଛି। ଲଗାଣ ବର୍ଷାରେ ମାଟି ଅତଡ଼ା ଖସି ରାସ୍ତାରେ ଗଛ ମାଟି ପଥର ପଡ଼ି ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇ ପଡି ରହିଛି କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥାନୀୟ ପ୍ରଶାସନ ପକ୍ଷରୁ କେହି ପହଁଞ୍ଚି ନାହାଁନ୍ତି ବୋଲି ଗାଜୁଲବନ୍ଧା ନିବାସୀ ଲକ୍ଷ୍ମଣ ଗୋଲରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଦୀର୍ଘ ଦେଢ଼ ବର୍ଷ ହେବ ସେ ଚାଉଳ ପାଇଁ ନାହାଁନ୍ତି। ଚାଉଳ କାର୍ଡ ଦେଖାଇବାକୁ କହିବାରୁ ନିଲାପାରି ଗାଁର କେହି ଜଣେ ବାବୁ କାର୍ଡ ନେଇଯାଇଛନ୍ତି। ଚାଉଳ କାର୍ଡ କିଏ ନେଇଛନ୍ତି ଆଉ କାହିଁକି ନେଇଛନ୍ତି , ତାହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଗ୍ରାମବାସୀ ଦାବୀ କରିଛନ୍ତି।ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ହେଲେ ମାଝିଗୁଡା ଦେଇ ଯିବାକୁ ହୁଏ କିନ୍ତୁ ମାସ ମାସ ଧରି ବର୍ଷା ଲାଗି ରହିଥିବାରୁ ପାଣି ଜମି ଯାଉଛି। ପିଲାମାନେ ପାଠ ପଢ଼ିବାକୁ ଯାଇ ପାରୁ ନାହାଁନ୍ତି। କଲଭର୍ଟ କିମ୍ବା ପୋଲଟିଏ ହେଲେ ବର୍ଷ ସାରା ଯାଆ ଆସ ହୋଇପାରିବୁ। ଗାଁର ଏଭଳି ଅବ୍ୟବସ୍ଥା ଦେଖିଲେ ସ୍ଥାନୀୟ ପ୍ରଶାସନ ଦୂରର କଥା , ସ୍ବାସ୍ଥ୍ୟକର୍ମୀ , ଆଶାକର୍ମୀ କେହି ଯାଉଛନ୍ତି କି ନାହିଁ ଲକ୍ଷ୍ମଣ କହି ପାରିନଥିଲେ। ଗୋଟିଏ ଅଞ୍ଚଳର ସମସ୍ୟା ଗୋଟିଏ ରାତିରେ ସମାଧାନ ହୋଇପାରିବ ନାହିଁ ଆମେ ଜାଣିଛୁ କିନ୍ତୁ ଯଦି ଜିଲ୍ଲା ପ୍ରଶାସନ ଆମ ଗାଁକୁ ଦୃଷ୍ଟି ଦିଅନ୍ତି ତେବେ ପାଦେ ପାଦେ କରି ଦିନ କେଇଟାରେ ଆମେ ମୁଖ୍ୟ ଭୂଖଣ୍ଡ ସହ ଯୋଡ଼ି ହୋଇ ପାରିବୁ ବୋଲି ଲକ୍ଷ୍ମଣ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ତେବେ କେବେ ହଟୁଛି ରାସ୍ତା ଅବରୋଧ , କେବେ ହଟୁଛି ପଡ଼ି ରହିଥିବା ଗଛ ପଥର , ଗାଜୁଲବନ୍ଧା ଗାଁ ଠାରୁ ମାଝିଗୁଡାକୁ କେବେ ପକ୍କା ସଡ଼କ ହେବ , ଗାଁରେ ବିଶୁଦ୍ଧ ପାନୀୟ ଜଳ , ସ୍ବାସ୍ଥ୍ୟସେବା ଏବଂ ବିଶେଷ କରି ଚାଉଳ କେବେ ମିଳିବ ତାହା କେବଳ ଦେଖିବାକୁ ବାକି ରହିଲା।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page