
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବାଲିମେଳା ଷ୍ଟେଟ ବ୍ୟାଙ୍କରେ ଆଜି ଦିନ ୧୦ ଟା ସମୟରେ ଶତାଧିକ ମହିଳାଙ୍କ ଭିଡ଼।ସୁଭଦ୍ରା ଯୋଜନା ମାଧ୍ୟମରେ ଆସୁଥିବା ଟଙ୍କାକୁ ଉଠାଇବା ନିମନ୍ତେ ମହିଳା ମାନେ ନିଜ ନିଜର ବ୍ୟାଙ୍କ ଆକାଉଣ୍ଟ ସହ କେୱାଇସି ଲିଙ୍କ, ମୋବାଇଲ ନଂ ସଂଯୋଗୀକରଣ ଏବଂ ଆଧାର କାର୍ଡ ଲିଙ୍କ କରିବାକୁ ନେଇ ବାଲିମେଳା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଶତାଧିକ ମହିଳାଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି। ତେବେ ମହିଳା ମାନଙ୍କ ଏହି ଭିଡ଼ ହେତୁ ଅନ୍ୟ ଗ୍ରାହକ , ବ୍ୟବସାୟୀ ମାନେ ବ୍ୟାଙ୍କ ସେବାରୁ ବଞ୍ଚିତ ରହିଥିବା ଜଣାପଡିଛି। ବ୍ୟାଙ୍କରେ ଏହି ସେବା ନିମନ୍ତେ କେବଳ ଗୋଟିଏ କାଉଣ୍ଟର ଖୋଲା ଯାଇଥିବା ବେଳେ ଖରାତରାରେ ଦିନ ତମାମ ମହିଳା ମାନେ ନ ଖାଇ ପିଇ ଧାଡିରେ ଘଣ୍ଟା ଘଣ୍ଟା ନିଜ ପିଲା ଛୁଆଙ୍କୁ ଧରି ଅପେକ୍ଷା କରି ରହୁଛନ୍ତି। ତେବେ ବ୍ୟାଙ୍କରେ ଯଦି ଏସବିଆଇ ପକ୍ଷରୁ ଆଉ ଗୋଟିଏ କାଉଣ୍ଟର ଖୋଲା ଯାଆନ୍ତା ତାହେଲେ ଏହି ଭିଡ଼ ଅଳ୍ପ ମାତ୍ରାରେ ନିୟନ୍ତ୍ରଣ ହୋଇପାରନ୍ତା ବୋଲି ଏସବିଆଇ ଗ୍ରାହକ ଏବଂ ଅଞ୍ଚଳବାସୀଙ୍କ ମତ ପ୍ରକାଶ ପାଇଛି।