
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ପୋଟେରୁ ଲ୍ୟାମ୍ପରେ ୟୁରିଆ ସାର କଳାବଜାରୀ ହୋଇଥିବା ଅଭିଯୋଗ ହୋଇଛି l ସୂଚନା ଅନୁଯାଇ ଜିଲ୍ଲାର ପୋଟେରୁ ଲ୍ୟାମ୍ପରେ ୟୁରିଆ ସାର ଚାଷୀଙ୍କୁ ଦେବା ବଦଳରେ ପ୍ରାୟ ୨୦୦ ବସ୍ତା ସାର ଶୁକ୍ରବାର ଦିନ ଲ୍ୟାମ୍ପରୁ ବେପାରୀଙ୍କୁ ବିକି ଦେଇଥିବା କିଛି ଲୋକ ଅଭିଯୋଗ କରିବା ପରେ ଗଣମାଧ୍ୟମର ଏକ ଦଳ ଶନିବାର ଦିନ ପୋଟେରୁ ଲ୍ୟାମ୍ପକୁ ଯାଇ ସାର(ଖତ) ଦାୟୀତ୍ବରେ ଥିବା ପ୍ରଭାତ କୁମାର ସ୍ୱାଇଁଙ୍କୁ ଏହି ବିଷୟରେ ପଚାରିବାରୁ ପୋଟେରୁ ଲ୍ୟାମ୍ପକୁ ୧୫ ଦିନରୁ ଉର୍ଦ୍ଧ ସମୟ ହେବ ସାର ଆସିନାହିଁ ଏବଂ ଏନେଇ ଲ୍ୟାମ୍ପର ଆଉ ଜଣେ କର୍ମଚାରି ଉମାକାନ୍ତ ମହାପାତ୍ରଙ୍କୁ ପଚାରିବାରୁ ପୋଟେରୁ ଲ୍ୟାମ୍ପକୁ ଅଗଷ୍ଟ ମାସ ୩୦ ତାରିଖରେ ସାର ଆସିଥିଲା। ଏଥି ସହିତ ପୋଟେରୁ ଲ୍ୟାମ୍ପର ଏମଡି-ବିଶାଖାଙ୍କୁ ପଚାରିବାରୁ ଗତ ଶୁକ୍ରବାର ଦିନ ଅର୍ଥାତ ସେପ୍ଟେମ୍ବର ୬ତାରିଖରେ ସାର ଆସିଥିଲା ତା ସହ ପଟେରୁ ଲ୍ୟାମ୍ପରେ ଚାଷୀଙ୍କୁ ସାର ଦିଆଯାଇଥିବା କହିଥିଲେ। ତେବେ ରେଜିଷ୍ଟର ଦେଖାଇବାକୁ କହିବାରୁ ସେ ଦେଖାଇ ନଥିଲେ ଶନିବାର ଦିନ ଅଫିସ ଯାଇ ପଠେଇବି କିନ୍ତୁ ପଠାଇ ନଥିଲେ। ପୁଣି ରବିବାର ଦିନ ଦେବି କହି ମଧ୍ୟ ଦେଖାଇ ନଥିଲେ। ମୁଁ କିଛି ସମୟ ମଧ୍ୟରେ ପଠାଇବି କିନ୍ତୁ ପଠାଇ ନ ଥିଲେ ଏମଡି ବିଶାଖା।ଲ୍ୟାମ୍ପରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କ ବୟାନରେ ତାଳମେଳ ରହୁନଥିବାରୁ ଅଭିଯୋଗର ସତ୍ୟତା ଉପରେ ମୋହର ବାଜିବା ସ୍ପଷ୍ଟ ହେବାରେ ଲାଗିଛି। ପଟେରୁ ଲ୍ୟାମ୍ପରେ ୟୁରିଆ ସାର କଳାବଜାରୀ ହେଉଅଛି। ଚାଷୀଙ୍କ ପାଇଁ ଆସୁଥିବା ସାର ବେପାରୀ କିଣି ନେଉଥିବା ଖବର ରହିଛି।ଏହାର ସିସି ଟିଭି ଫୁଟେଜରୁ ତଦନ୍ତରେ ସ୍ୱଷ୍ଟ ହୋଇପାରିବ ବୋଲି ଚର୍ଚ୍ଚା।ୟୁରିୟା କଳାବଜାରୀ ବିଷୟରେ ଶନିବାର ଦିନଠାରୁ ପଟେରୁ ଏମଡି ବିଶାଖା ମଣ୍ଡଳ ଏବଂ ସାର ଦାୟୀତ୍ୱରେ ଥିବା ପ୍ରଭାତ କୁମାର ସ୍ୱାଇଁଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଆମେ ମଙ୍ଗଳବାର ଦିନ ମାଲକାନଗିରି ଏଆରସିଏସ ବିକାଶ ଚନ୍ଦ୍ର ନାୟକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ଆମକୁ କହିଲେ ଆପଣ ପୋଟେରୁ ଲ୍ୟାମ୍ପକୁ ଯାଆନ୍ତୁ ଆପଣଙ୍କୁ ଏମଡି ରେଜିଷ୍ଟର ଦେଖେଇବେ କିନ୍ତୁ ପୋଟେରୁ ଏମଡି ବିଶାଖା ମଣ୍ଡଳଙ୍କୁ ଫୋନ କରିବାରୁ ଫୋନର ଉତ୍ତର ମିଳିବା ପରିବର୍ତ୍ତେ ଫୋନ କାଟି ଦେଉଥିଲେ। ଏ ସମ୍ପର୍କରେ ଏଆରସିଏସ ବିକାଶ ଚନ୍ଦ୍ର ନାୟକଙ୍କୁ ମଧ୍ୟ ଜଣାଇଥୁଲୁ ଏହା ପରେ ମାଲକାନଗିରି କେସିସି ବ୍ୟାଙ୍କ ବିଏମ ଦୀପକ କୁମାର ଖରାଙ୍କୁ ଲୋକଙ୍କ ଅଭିଯୋଗ କ୍ରମେ ପୋଟେରୁ ଲ୍ୟାମ୍ପରେ ୟୁରିଆ ସାର କଳାବଜାରୀ ହେଉଥିବା ବିଷୟରେ ଜଣାଇବା ପରେ ସେ ଆମକୁ କହିଥିଲେ ଯଦି ଆମକୁ ଚାଷୀ ଲିଖତ ଆକାରରେ ଦେଲେ ଆମେ କିଛି କରିପାରିବୁ କହିବା ସହ ମୁଁ ସେ ଦୁଇ ଜଣକୁ ଡାକି ପଚାରି ଏହି ବିଷୟରେ ବୁଝୁଛି ଯେ ପ୍ରକୃତ କଥା କଣ କିଭଳି ଭାବେ ଚାଷୀ ମାରଣ ନୀତି ଚାଲିଛି।ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଯଦି ହୁଏ ପ୍ରକୃତ ସତ୍ୟତା ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି।