
ମାଲକାନଗିରି(କ୍ରୋନିକ ଓଡ଼ିଶା)
କେନ୍ଦ୍ରୀୟ ବିଦ୍ୟାଳୟ ସୁକୁମାରେ ଆୟୋଜିତ ପୋକସୋ ଆକ୍ଟ ଏବଂ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ଓ ଜାଗରୁକତା ପାଇଁ ଆୟୋଜିତ ଶିବିରରେ ମାଲକାନଗିରି ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଏଚଓଡି କମର୍ସ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶତାଧିକ ଛାତ୍ରଛାତ୍ରୀଙ୍କୁ ସଚେତନ ଓ ଅବଗତ କରାଇଥିଲେ l ଜୀବନରେ ସକାରାତ୍ମକ ରହିବା ସହ ମାନସିକ ରୂପରେ କିପରି ଦୃଢ ରହିପାରିବ ଓ କିପରି ଖରାପ ସ୍ପର୍ଶ ଓ ଉତ୍ତମ ସ୍ପର୍ଶ ବିଷୟରେ ଅବଗତ ହୋଇପାରିବ ସେ ବିଷୟରେ ଡକ୍ଟର ସ୍ବାଇଁ ଦେଶର ଭବିଷ୍ୟତ ପିଢିଙ୍କୁ ବୁଝାଇଥିଲେ l ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ, ସୁକମାର ଭାରପ୍ରାପ୍ତ ଅଧ୍ୟକ୍ଷ ଦିନେଶ କୁମାର ଉପସ୍ଥିତ ଥିଲେ ଏବଂ ଜୀବ ବିଜ୍ଞାନର ଅଧ୍ୟାପିକା ଦୀପ୍ତି ଯାଦବ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗିରିରାଜ ମୀନା ଓ ଉଦିତ କୁମାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l