ମାଲକାନଗିରି ଜିଲ୍ଲାରେ ବିକାଶମେଳା ଆୟୋଜନ ନେଇ ପ୍ରସ୍ତୁତି ବୈଠକ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ସଦର ମହକୁମା ଠାରେ ତିନିଦିନ ନିମନ୍ତେ ବିକାଶ ମେଳା ଅନୁଷ୍ଠିତ ହେବା ନେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ବେଦବର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ତପନ ନାରାୟଣ ରଥ, ଏପିଡି, ଆଡ଼ମିନ୍, ରାମଚନ୍ଦ୍ର ଖଡିଆ ଓ ଉପ ଜିଲ୍ଲାପାଳ,ଦୁର୍ଯ୍ୟଧନ ଭୋଇ ମଞ୍ଚାସୀନ ଥିଲେ। ରାଜ୍ୟ ସରକାରଙ୍କ ଫଳପ୍ରସୂ ପଦକ୍ଷେପ ଏବଂ ପ୍ରଣୀତ ଯୋଜନା ଗୁଡିକର ଉଦ୍ଦେଶ୍ୟ ଓ କାର୍ଯ୍ୟାନ୍ବୟନ, ବହୁବିଧ କଲ୍ୟାଣକାରୀ ଦିଗ ଗୁଡିକ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଓ ରାଜ୍ୟ ସରକାରଙ୍କୁ ଲୋକଙ୍କର ନିକଟତର କରାଇବା ହେଉଛି ଏହି ମେଳାର ପ୍ରକୃତ ଉଦ୍ଦେଶ୍ୟ। ଓରମାସ୍ ଦ୍ବାରା ପରିଚାଳିତ ଏହି ବିକାଶ ମେଳା ଡିଏନକେ ଖେଳ ପଡିଆ ଠାରେ ଆସନ୍ତା ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ, ନିତ୍ୟାନନ୍ଦ ଗଣ୍ଡ ୨୨ ତାରିଖ ଦିନ ଏହାର ଶୁଭଉଦ୍ଘାଟନ କରିବା ସହିତ ଜନ ସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ମେଳାରେ ଜିଲ୍ଲାର ସମସ୍ତ ବ୍ଲକର ଲୋକକଳା, ଜିଲ୍ଲାର ଉନ୍ନୟନ କାର୍ଯ୍ୟ ଆଦି ସହିତ କୃଷି ବିଭାଗ, ପର୍ଯ୍ୟଟନ ବିଭାଗ, ମିଶନ୍ ଶକ୍ତି ବିଭାଗର ଫଟୋ ଏବଂ ଭିଡିଓ ପ୍ରଦର୍ଶିତ ହେବ। ଓରମାସ୍ ଦ୍ବାରା ସମସ୍ତ ମେଳା କାର୍ଯ୍ୟ ପରିଚାଳିତ ହେବ। ଏହି ବିକାଶ ମେଳା ପାଇଁ ଅନ୍ୟୁନ ୨୫ ଗୋଟି ଷ୍ଟଲ ନିର୍ମାଣ କରିବା ଯୋଜନା ରହିଛି। ବିକାଶ ମେଳାରେ ଅଂଶ ଗ୍ରହଣକାରୀଙ୍କ ଯାତାୟାତ ଓ ସୁରକ୍ଷିତ ରହଣି ବ୍ୟବସ୍ଥା,ଅଗ୍ନି ନିର୍ବାପକ, ଆଇନ ଶୃଙ୍ଖଳା, ପରିମଳ ବ୍ୟବସ୍ଥା ଆନୁସଙ୍ଗୀକ କାର୍ଯ୍ୟ ଓ ଆଶୁ ଚିକିତ୍ସାର ବ୍ୟବସ୍ଥା ନେଇ ଆଲୋଚନା ହୋଇଯାଇଛି। ଜନ ସାଧାରଣଙ୍କ ସଚେତନତା ସୃଷ୍ଟି ନିମନ୍ତେ ସରକାରଙ୍କ ଦ୍ବାରା ପ୍ରଣୀତ ପ୍ରମୁଖ ଯୋଜନା ପର୍ଯ୍ୟବସିତ ଦୃଶ୍ୟ ଶ୍ରାବ୍ୟ ଚିତ୍ର ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯିବ। ପ୍ରତିଦିନ ଲୋକକଳା ଓ ବିଷୟ ବସ୍ତୁ ଭିତ୍ତିକ ଉତ୍କୃଷ୍ଟମାନର ସାଂସ୍କୃତିକ ବିଚିତ୍ରା ଜିଲ୍ଲା ସଂସ୍କୃତି ବିଭାଗ ଦ୍ବାରା ପରିବେଷଣ କରାଯିବ। ଏହି ପ୍ରଦର୍ଶନୀ ମେଳା ଅନ୍ୟୁନ ତିନି ଦିନ ଧରି ଚାଲିବ ଏବଂ ଚାହିଦା ଅନୁଯାୟୀ ପଞ୍ଚାୟତିରାଜ ବିଭାଗ, ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଏହାର ଅବଧି ବୃଦ୍ଧି ବ୍ୟବସ୍ଥା କରାଯିବ। ଏହି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page